ନୂଆଦିଲ୍ଲୀ: 3ଥର ଆଇପିଏଲର ମୁକୁଟ ପିନ୍ଧିଥିବା ଚେନ୍ନାଇ ସୁପରକିଙ୍ଗସ୍ର ଅଧିନାୟକ ମହେନ୍ଦ୍ର ସିଂ ଧୋନି 13ତମ ସଂସ୍କରଣ ପାଇଁ ଖୁବ୍ ଶୀଘ୍ର ସାଥି ଖେଳାଳି ସୁରେଶ ରୈନାଙ୍କ ସହ ଅଭ୍ୟାସ କରିବେ । 2 ମାର୍ଚ୍ଚରେ ଚେନ୍ନାଇ ପହଞ୍ଚୁଥିବା କହିଛନ୍ତି ସିଏସକେର ସିଇଓ ।
IPL 2020: 2 ମାର୍ଚ୍ଚରୁ ଚେନ୍ନାଇର 'ସୁପରକିଙ୍ଗ୍ସ', ଧୋନି ଓ ରୈନା ବୁହାଇବେ ଝାଳ - ଚେନ୍ନାଇ ସୁପରକିଙ୍ଗସ୍ର ଅଧିନାୟକ ମହେନ୍ଦ୍ର ସିଂ ଧୋନି
ଏମ୍ଏସ ଧୋନି ଓ ସୁରେଶ ରୈନା 2 ମାର୍ଚ୍ଚରୁ ଆଇପିଏଲ 2020ର ପ୍ରସ୍ତୁତି ଆରମ୍ଭ କରିବେ । ଟିମ୍ର ପୂର୍ଣ୍ଣ ପ୍ରସ୍ତୁତି ଶିବିର କିନ୍ତୁ 19ମାର୍ଚ୍ଚରୁ ଆରମ୍ଭ ହେବ ।

chennai super kings
ସିଇଓ କେ.ଏସ୍.ବିଶ୍ବନାତନ କହିଛନ୍ତି ଯେ, ଧୋନି 2ମାର୍ଚ୍ଚରେ ଚେନ୍ନାଇ ପହଞ୍ଚିବେ । ଏମଏ ଚିଦମ୍ବରମ ଷ୍ଟାଡିୟମରେ ରୈନାଙ୍କ ସହ ଟ୍ରେନିଂ କରିବେ । କିନ୍ତୁ ଏଯାଏଁ କୌଣସି ଅନ୍ତରାଷ୍ଟ୍ରୀୟ ଖେଳାଳି ଆସିନାହାଁନ୍ତି ।
ଧୋନି ଗତବର୍ଷ ଇଂଲଣ୍ଡ ବିପକ୍ଷ ବିଶ୍ବକପ ସେମିଫାଇନାଲ ପର ଠାରୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆଉ ଖେଳି ନାହାଁନ୍ତି । ଏବେ ଆଇପିଏଲରେ ପୁଣି 22ଗଜ ପିଚ୍କୁ ଫେରିବେ ।