ଓଡିଶା

odisha

ETV Bharat / sports

IPL ସମର: ରାଜସ୍ଥାନ ବିପକ୍ଷରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚେନ୍ନାଇ - ରାଜସ୍ଥାନ ବନାମ ଚେନ୍ନାଇ

ଆଜି ମ୍ୟାଚର ଷ୍ଟାର୍ଟ୍ସ ଏବଂ ରେକର୍ଡକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ, ‘ଆଇପିଏଲ ସମର’ ।

ଆଇପିଏଲ ସମର
ଆଇପିଏଲ ସମର

By

Published : Sep 22, 2020, 3:44 PM IST

Updated : Sep 22, 2020, 5:09 PM IST

ହାଇଦ୍ରାବାଦ: ଆରମ୍ଭ ହୋଇସାରିଛି ଆଇପିଏଲ ଲଢେଇ । ଟୁର୍ଣ୍ଣାମେଣ୍ଟ ଆଗକୁ ଆଗକୁ ବଢିବା ସହ ଆଇପିଏଲର ରୋମାଞ୍ଚ ମଧ୍ୟ ବଢିବାରେ ଲାଗିଛି । ଆଜି ୟୁଏଇର ଶାରଜାହା ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବାକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ । ତେବେ ଆଜି ମ୍ୟାଚର ଷ୍ଟାର୍ଟ୍ସ ଏବଂ ରେକର୍ଡକୁ ନେଇ ଦେଖନ୍ତୁ ଆମର ସ୍ପେଶାଲ ରିପୋର୍ଟ, ‘ଆଇପିଏଲ ସମର’ ।

IPL ସମର: ରାଜସ୍ଥାନ ବିପକ୍ଷରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଚେନ୍ନାଇ

ସିଜିନ ଓପନରରେ ସିଏସକେର ସାନଦାର ବିଜୟ, ଦିଲ୍ଲୀ-ପଞ୍ଜାବ ସୁପର ଓଭର ଲଢେଇ ଓ ଆରସିବିର ଆକ୍ରାମଣାତ୍ମକ ଆରମ୍ଭ ପରେ ଆଜି ଖେଳାଯିବା ଧନୀ ଲିଗର 4ର୍ଥ ମ୍ୟାଚ । ଆଇପିଏଲର ପ୍ରଥମ ଚମ୍ପିଆନ ରାଜସ୍ଥାନ ରୟାଲ୍ସ ଓ 3ଥର ଚମ୍ପିଆନ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ନୂଆ ଭେନ୍ୟୁ ଶାରଜାହାରେ ଆରଆର ନିଜର ଆଇପଏଲ ଯାତ୍ରା ଆରମ୍ଭ କରୁଥିବାବେଳେ 2ୟ ମ୍ୟାଚରେ ବିଜୟ ଧାରା ଜାରି ରଖିବାକୁ ଚାହିଁବ ଚେନ୍ନାଇ ଥାଲାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ।

ଆଇପିଏଲ ସମର: ରାଜସ୍ଥାନ ବିପକ୍ଷରେ ବିଜୟ ଧାର ବଜାୟ ରଖିବା ଲକ୍ଷରେ ଚେନ୍ନାଇ

ତେବେ ଆଜି ମ୍ୟାଚରେ ଚେନ୍ନାଇ ପଲ୍ଲା ଭାରୀ ରହିଥିବା ଅନୁମାନ କରାଯାଉଛି । ମୁଖ୍ୟତଃ ବିଦେଶୀ ଖେଳାଳିଙ୍କ ଉପରେ ନିର୍ଭର କରୁଥିବା ରାଜସ୍ଥାନ ପାଇଁ ଆଜି ମ୍ୟାଚ ବେଶ ମହାଙ୍ଗା ସାବ୍ୟାସ୍ତ ହୋଇପାରେ । କାରଣ ଦଳରେ ଅଲରାଉଣ୍ଡର ବେନଷ୍ଟୋକ୍ସ ଓ ଓପନର ବଟଲରଙ୍କୁ ସ୍ଥାନ ମିଳିପାରି ନାହିଁ । ଫଳରେ ଆଜିର ଲାଇମ ଲାଇଟ ସାଜିବେ ଇଂଲଣ୍ଡର ପେସର ଜୋଫ୍ରା ଆର୍ଚର ଓ କଙ୍ଗାରୁ କିଙ୍ଗ ଷ୍ଟିଭ ସ୍ମିଥ ।

  • ତେବେ ଯଦି ଦୁଇ ଦଳର ହେଡ ଟୁ ହେଡ ରେକର୍ଡ ଉପରେ ନଜର ପକାଇବା, ଦୁଇ ଦଳ ମଧ୍ୟରେ ମୋଟ 21ଟି ମ୍ୟାଚ ଖେଳାଯାଇଥିଲା । ଯେଉଁଠି ଆରଆର ହାତରେ 7ଟି ମ୍ୟାଚ ଲାଗିଥିବାବେଳେ 14ଟି ମ୍ୟାଚ ଉପରେ କବଜା କରିଛି ଚେନ୍ନାଇ ।

ସେହିପରି ଯଦି ଚେନ୍ନାଇ ଦଳ ଉପରେ ନଜର ପକାଇବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇକୁ ହରାଇ ଦଳର ପଲ୍ଲା ଭରି ରହିଛି । ମଧ୍ୟକ୍ରମରେ ଆମ୍ବାତି ରାଇଡୁ ଓ ଆଫ୍ରିକୀୟ ଅଧିନାୟକ ଫାଫ ଡୁପ୍ଲେସିସ୍‌ଙ୍କ ପ୍ରଦର୍ଶନ ଦମଦାର ରହିଛି ।

ତେବେ ଦେଖିବାକୁ ବାକି ରହିଲା, ଆଜିର ମ୍ୟାଚରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଲଢେଇ ଫ୍ୟାନ୍ସଙ୍କୁ କେତେ ଖୋରାକ ଯୋଗାଉଛି ।

  • ଚେନ୍ନାଇ ସୁପର କିଙ୍ଗସ୍: ଏମ ଏସ ଧୋନି (ଅଧିନାୟକ / ୱିକେଟ୍ ରକ୍ଷକ), କେଦାର ଯାଦବ, ରବିନ୍ଦ୍ର ଜାଡେଜା, ପୀୟୁଷ ଚାୱଲା, ଡୱେନ ବ୍ରାଭୋ, କରଣ ଶେନ ୱାଟସନ, ଶ୍ରାର୍ଦୁଲ ଠାକୁର, ଅମ୍ବାତି ରାୟିଡୁ, ମୁରଲୀ ବିଜୟ, ଫାଫ ଡୁ ପ୍ଲେସିସ୍, ଇମ୍ରାନ ତାହିର, ଦୀପକ ଚହର, ମିଚେଲ ନଗିଡି , କେଏମ ଆସିଫ, ନାରାୟଣ ଜଗଦେସନ, ମୋନୁ କୁମାର, ରୁତୁରାଜ ଗାଇକୱାଡ, ଆର ସାଇ କିଶୋର, ଜୋଶ ହାଜଲେଉଡ, ସାମ କୁରାନ ।
  • ରାଜସ୍ଥାନ ରୟାଲ୍ସ: ଷ୍ଟିଭ ସ୍ମିଥ (ଅଧିନାୟକ), ଅଙ୍କିତ ରାଜପୁତ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋସ ବଟଲର, ମହିପାଲ ଲୋମୋର, ମନାନ ଭୋହ୍ରା, ମାୟାନକ ମାର୍କାଣ୍ଡେ, ରାହୁଲ ତେୱାଟିଆ, ରିୟାନ ପାରାଗ, ସଞ୍ଜୁ ସାମସନ, ଶଶାଙ୍କ ସିଂ, ଶ୍ରେୟାସ ଗୋପାଳ, ଭରୁନ୍ ଆରୋନ, ରବିନ୍ ଉତାପ୍ପା , ଜୟଦେବ ଉନାଦକତ, ଯଶାସୀ ଜସୱାଲ, ଅନୁଜ ରାୱତ, ଆକାଶ ସିଂ, କାର୍ତ୍ତିକ ଟ୍ୟାଗି, ଡେଭିଡ ମିଲର, ଓଶାନ ଥୋମାସ, ଅନିରୁଦା ଯୋଶୀ, ଆଣ୍ଡ୍ରିୟୁ ଟାଇ, ଟମ କୁରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2020, 5:09 PM IST

ABOUT THE AUTHOR

...view details