ଓଡିଶା

odisha

ETV Bharat / sports

ଆଇପିଏଲ 2020: ସନରାଇଜର୍ସ ହାଇଦ୍ରାବାଦକୁ 10ରନ୍‌ରେ ମାତ୍‌ ଦେଲା ଆରସିବି - ipl2020 latest news

ୟୁଜବେନ୍ଦ୍ର ଚହଲଙ୍କ ସାନଦାର ବୋଲିଂ ବଳରେ କୋହଲିଙ୍କ ଆରସିବି ଦଳ ସିଜନ 13ରେ ବିଜୟରୁ ଯାତ୍ରା ଆରମ୍ଭ କରିଛନ୍ତି । ଚହଲ 4 ଓଭରରେ 18ରନ ଦେଇ 3 ଓ୍ବିକେଟ ଅକ୍ତିଆର କରିଥିଲେ । ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଛି ।

ଆଇପିଏଲ 2020: ସନରାଇଜର୍ସ ହାଇଦ୍ରାବାଦକୁ 10ରନ୍‌ରେ ମାତ୍‌ ଦେଲା ଆରସିବି
ଆଇପିଏଲ 2020: ସନରାଇଜର୍ସ ହାଇଦ୍ରାବାଦକୁ 10ରନ୍‌ରେ ମାତ୍‌ ଦେଲା ଆରସିବି

By

Published : Sep 22, 2020, 8:39 AM IST

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣର 3ୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ସନରାଇଜର୍ସ ହାଇଦ୍ରାବାଦକୁ 10ରନରେ ପରାସ୍ତ କରିଛି । 164 ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ଡେଭିଡ ୱାର୍ଣ୍ଣରଙ୍କ ଟିମ 19.4 ଓଭରରେ 153ରନ୍‌ରେ ଅଲଆଉଟ ହୋଇଯାଇଥିଲା ।

ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ୟୁଜବେନ୍ଦ୍ର ଚହଲଙ୍କ ସାନଦାର ବୋଲିଂ ବଳରେ କୋହଲିଙ୍କ ଆରସିବି ଦଳ ସିଜନ 13ରେ ବିଜୟରୁ ଯାତ୍ରା ଆରମ୍ଭ କରିଛନ୍ତି । ଚହଲ 4 ଓଭରରେ 18ରନ ଦେଇ 3 ଓ୍ବିକେଟ ଅକ୍ତିଆର କରିଥିଲେ । ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ କରାଯାଇଛି ।

https://etvbharatimages.akamaized.net/etvbharat/prod-images/8889290_fg.jpg

ଗତ ସୋମବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ ଜିତି ୱାର୍ଣ୍ଣର ପ୍ରଥମେ ଆରସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 163 ରନ କରିଥିଲା । ଫଳରେ ହାଇଦ୍ରାବାଦ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରହିଥିଲା ।

ଆରସିବି ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଦେବଦତ୍ତ ପାଡିକଲ 42 ବଲରୁ 8 ଚୌକା ସହାୟତାରେ 56 ରନର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଅନ୍ୟତମ ଓପନର ଆରୋନ ଫିଞ୍ଚ 29 ରନ କରି ଆଉଟ ହୋଇଥିଲେ । କ୍ୟାପଟେନ ବିରାଟ ମାତ୍ର 14 ରନ କରି ପାଭିଲିୟନକୁ ଫେରାଯାଇଥିଲେ । ତେବେ ଦଳ ପକ୍ଷରୁ ଏବି ଡି ଭିଲିୟର୍ସ 30 ବଲରୁ 4 ଚୌକା ଓ 2 ଛକା ସହାୟତାରେ 51 ରନର ବିସ୍ଫୋରକ ଇଂନିସ ଖେଳି ଶେଷ ଓଭରରେ ରନ ଆଉଟ ହୋଇଥିବାବେଳେ ଶିଭମ ଦୁବେ 7ରନରେ ଆଉଟ ହୋଇଥିଲେ ।

ବିପକ୍ଷ ଦଳ ହାଇଦ୍ରାବାଦ ପକ୍ଷରୁ ବିଜୟ ଶଙ୍କର, ଅଭିଶେକ ଶର୍ମା ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ତେବେ 164ରନର ବିଜୟ ଲକ୍ଷ୍ୟର ପିଛା କରି ଗ୍ରାଉଣ୍ଡକୁ ଓହ୍ଲାଇଥିବା ହାଇଦ୍ରାବାଦ ଦଳ 15ଓଭର ଯାଏଁ ମ୍ୟାଚକୁ ନିଜ ନିୟନ୍ତ୍ରଣ ରଖିଥିଲେ । କିନ୍ତୁ 15 ଓଭର ପରେ ଜନ୍ନି ବେୟାରଷ୍ଟୋ ଓ ବିଜୟ ଶଙ୍କରଙ୍କୁ ଚହଲ ଆଉଟ କଲାପରେ ମ୍ୟାଚର ମୋଡ ବଦଳିଯାଇଥିଲା ଓ 19.4 ଓଭରରେ 153ରନ୍‌ରେ ଅଲଆଉଟ ହୋଇଥିଲା ସନରାଇଜର୍ସ ହାଇଦ୍ରାବାଦ ।

ହାଇଦ୍ରାବାଦ ପକ୍ଷରୁ ପ୍ରଥମେ ଅଧିନାୟକ ଓ୍ବାର୍ଣ୍ଣର (6) ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ ହୋଇଥିଲେ । ଏହାପରେ ଜନ୍ନି ବେୟାରଷ୍ଟୋ ଓ ଅନୁଭବୀ ମନିଷ ପାଣ୍ଡେ ପାଳି ସମ୍ଭାଳି ଥିଲେ । ଉଭୟ 71ରନର ପାର୍ଟନରସିପ ପାଳି ଖେଳିଥିଲେ । କିନ୍ତୁ ମନିଷପାଣ୍ଡେ(34ରନ୍‌) ଚହଲଙ୍କ ବଲ୍‌ରେ ଆଉଟ ହୋଇ ଯାଇଥିଲେ । ଏହାପରେ ଦଳ ପାଇଁ ସର୍ବାଧିକ 61ରନ କରି ଜନ୍ନି ବେୟାରଷ୍ଟୋ ଆଉଟ ହୋଇଥିଲେ । ତାଙ୍କ ପରେ ବିଜୟ ଶଙ୍କର (0ରନ୍‌),ପ୍ରିୟମ ଗର୍ଗ (12ରନ୍‌),ଅଭିଷେକ ଶର୍ମା(7ରନ୍‌), ଭୁବନେଶ୍ବର କୁମାର(0ରନ୍‌), ରସିଦ ଖାନ(6ରନ),ମିଚେଲ ମାର୍ଶ(0ରନ୍‌) ଜଲଦି ହିଁ ଆଉଟ ହୋଇଯାଇଥିଲେ । ବିଜୟଲକ୍ଷ୍ୟକୁ ଆଉ 10ରନ ବାକି ଥିବାବେଳେ ସନ୍ଦିପ ଶର୍ମା ଷ୍ଟେନଙ୍କ ବଲ୍‌ରେ କ୍ୟାଚ ଆଉଟ ହୋଇଥିଲେ । ହାଇଦ୍ରାବାଦକୁ ଅଲଆଉଟ କରି ବାଙ୍ଗାଲୋର ଟିମ ଚଳିତ ସଂସ୍କରଣର ପ୍ରଥମ ବିଜୟ ସ୍ବାଦ ଚାଖିଛି ।

ତେବେ ବାଙ୍ଗାଲୋର ଟିମରୁ ଚହଲ ସର୍ବାଧିକ 3ଟି ଓ୍ବିକେଟ ନେଇଥିବାବେଳେ ଶିଭମ ଦୁବେ ଓ ନବଦୀବ ସାଇନି 2ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଏଥିସହ ଡେଲ ଷ୍ଟେନ ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ।

ସୂଚନାଥାଉକି, ବିଜୟ ଦଳ ଆରସିବି ତା'ର ପରବର୍ତ୍ତୀ ମ୍ୟାଚ ପଞ୍ଜାବ ବିପକ୍ଷରେ 24ସେପ୍ଟେମ୍ବରରେ ଖେଳିବ । ସେହିପରି ଏସଆରଏଚ(ସନରାଇଜର୍ସ ହାଇଦ୍ରାବାଦ) 26ସେପ୍ଟେମ୍ବରରେ କୋଲକତା ବିପକ୍ଷରେ ଆବୁଧାବି ଗ୍ରାଉଣ୍ଡକୁ ଓହ୍ଲାଇବ ।

ABOUT THE AUTHOR

...view details