ମୁମ୍ବାଇ: ଆଇପିଏଲର ମ୍ୟାଚ ନମ୍ବର-51ରେ ପାଣ୍ଡେ-ପାଣ୍ଡ୍ୟାଙ୍କ ରୋମାଞ୍ଚକର ଲଢେଇ । ପାଣ୍ଡେଙ୍କ ମ୍ୟାଚ ବରାବରର ଜବାବ୍ ସୁପର ଓଭରରେ ପରିଶୋଧ କଲେ ପାଣ୍ଡ୍ୟା । ମନୀଷ ପାଣ୍ଡେଙ୍କ ଲଢୁଆ ପାଳି ସତ୍ତ୍ବେ ସୁପର ଓଭରରେ ମୁମ୍ବାଇକୁ ପ୍ଲେ-ଅଫ ଟିକେଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ 3ୟ ଦଳ ଭାବେ ପ୍ଲେ-ଅଫରେ ଜାଗା ପକ୍କା କରିସାରିଛି ରୋହିତଙ୍କ ସେନା ।
ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୧୬୩ ରନର ଟାର୍ଗେଟ ଦେଇଥିଲା । ବିଜୟ ଲକ୍ଷ୍ୟକୁ ପିଛା କରି ୬ ୱିକେଟ ବିନିମୟରେ ହାଇଦ୍ରାବାଦ ୧୬୨ ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ ଡ୍ର ରହିବାରୁ ସୁପର ଓଭର ମ୍ୟାଚ ହୋଇଥିଲା ।
ତେବେ ସୁପର ଓଭରର ରୋମାଞ୍ଚକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଅତିଥି ହାଇଦ୍ରାବାଦ । ଦଳ ପକ୍ଷରୁ ବ୍ୟାଟିଂ କରିବକୁ ଆସିଥିଲେ ମନୀଷ ପାଣ୍ଡେ ଓ ମହମ୍ମଦ ନାବି । ମୁମ୍ବାଇ ପକ୍ଷରୁ ବୋଲିଂ କରୁଥିଲେ ଜସପ୍ରୀତ ବୁମରା । ପ୍ରଥମ ବଲରେ ମନୀଷ ପାଣ୍ଡେ ଦୁଇ ରନ ନେବକୁ ଉଦ୍ୟମ କରି ରନ ଆଉଟ ହୋଇଯାଇଥିଲେ । ପରେ ପଡିଆକୁ ଆସିଥଲେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ । 3ୟ ବଲରେ ନବି ଏକ ବିଶାଳ ଛକା ମାରିଥିଲେ । ପରେ 4ର୍ଥ ବଲରେ ନବିଙ୍କୁ କ୍ଲିନ ବୋଲ୍ଡ କରିଥିଲେ ବୁମରା । ଫଳରେ 4ଟି ବଲ ଖେଳି 2ଦୁଇ ୱିକେଟ ସହ 8ରନ କରିପାରିଲା ହାଇଦ୍ରାବାଦ ।
ପରେ ମୁମ୍ବାଇ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରଣ ପୋଲାର୍ଡ ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରଥମ ବଲରେ ପାଣ୍ଡ୍ୟା ରଶିଦ ଖାନଙ୍କ ବଲକୁ ଛକା ମାରିଥିଲେ । ଏହାପରେ ଦ୍ୱିତୀୟ ବଲରେ ସିଙ୍ଗିଲ ରନ୍ ନେଇଥିଲେ। ତୃତୀୟ ବଲରେ ପୋଲାର୍ଡ୍ ୨ ରନ ନେଇ ମୁମ୍ବାଇକୁ ଜିତାଇଥିଲେ ।ତେବେ ଏହି ବିଜୟ ସହ 16 ପଏଣ୍ଟରେ ମୁମ୍ବାଇ ପ୍ଲେ-ଅଫରେ ପହଁଚି ଯାଇଛି । ମୁମ୍ୱାଇ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ ପ୍ଲେ ଅଫରେ ସ୍ଥାନ ପକ୍କା କରି ସାରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ କ୍ୱିଣ୍ଟନ ଡି’କକ୍ଙ୍କ ଉପଯୋଗୀ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ୱିକେଟ ହରାଇ ୧୬୨ ରନ କରିଥିଲା । ୫୮ଟି ବଲ୍ ଖେଳିଥିବା ଡି’କକ୍ ୬ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୬୯ ରନ କରି ଅପରାଜିତ ରହିଥିଲେ । ହାଇଦ୍ରାବାଦ ପକ୍ଷରୁ ଖଲିଲ ଅହମଦ ୩ଟି ଏବଂ ଭୁବନେଶ୍ୱର କୁମାର ଓ ମହମ୍ମଦ ନବି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ପରେ ୧୬୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସନ୍ରାଇଜର୍ସ ପ୍ରଥମରୁ ଭଲ ଆରମ୍ଭ କରିପାରିନଥିଲା । ମାତ୍ର ପରେ ମନୀଷ ପାଣ୍ଡେ ଓ ମହମ୍ମଦ ନବି ଲଢ଼ୁଆ ବ୍ୟାଟିଂ ହାଇଦ୍ରାବାଦକୁ ବିଜୟ ଆଡକୁ ଅଗ୍ରସର କରିଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରରେ ୧୭ ରନ ଆବଶ୍ୟକ ହେଉଥିଲା। ଶେଷ ବଲ୍କୁ ମନୀଷ ଛକାରେ ପରିଣତ କରିବାରୁ ମ୍ୟାଚ ଟାଇ ହୋଇ ଯାଇଥିଲା । ମନୀଷ ୪୭ ବଲ୍ରୁ ୭୧(୮ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ । ନବି ୨୦ ବଲ୍ରୁ ୩୧ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏ ୱିକେଟ ନେଇଥିଲେ।