ଓଡିଶା

odisha

ETV Bharat / sports

ହାଇଦ୍ରାବାଦରେ ହେବେ ଆଇପିଏଲର ଫାଇନାଲ ଲଢେଇ

ହାଇହ୍ରାବାଦରେ ଫାଇନାଲ ଲଢେଇ କରିବାକୁ ସ୍ଥିର କରିଯାଇଛି । ଆଇପିଏଲର ଦ୍ବାଦଶ ସଂସ୍କରଣର ଫାଇନାଲ ମ୍ୟାଚ ଆସନ୍ତା ମେ 12ତାରିଖରେ ଖେଳାଯିବାର ଯୋଜନା ରହିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Apr 22, 2019, 8:21 PM IST

ହାଇଦ୍ରାବାଦ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଇପିଏଲର ଚଳିତ ସଂସ୍କରଣର ଫାଇନାଲ ଲଢେଇ ପାଇଁ ଚାଲିଥିଲା ଷ୍ଟାଡିୟମ ଖୋଜା । ତେବେ ଏହା ଭିତରେ ଚେନ୍ନାଇର ଚିଦାମ୍ବରମ ଓ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମକୁ ନେଇ ଲାଗିରହିଥିଲା ଦ୍ବନ୍ଦ୍ବ। ମାତ୍ର ସୋମବାର ଏସବୁ ଉପରେ ପୁର୍ଣ୍ଣଛେଦ ପକାଇ ହାଇହ୍ରାବାଦରେ ଫାଇନାଲ ଲଢେଇ କରିବାକୁ ସ୍ଥିର କରିଛି ବିସିସିଆଇ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଆଇପିଏଲର 12ତମ ସଂସ୍କରଣର ଫାଇନାଲ ମ୍ୟାଚ ଆସନ୍ତା ମେ 12 ତାରିଖରେ ଖେଳାଯିବାର ଯୋଜନା ରହିଛି । ତେବେ ପ୍ରଥମେ ଫାଇନାଲ ମ୍ୟାଚକୁ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାର ସ୍ଥିର କରାଯାଇଥିଲା । ମାତ୍ର ଷ୍ଟାଡିୟମରେ ବନ୍ଦ ପଡ଼ିଥିବା ୩ଟି I, J ଓ K ଷ୍ଟାଣ୍ଡ ଖୋଲିବା ପାଇଁ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ) ଅସମର୍ଥ ହୋଇଥିଲା । ଫଳରେ କମ ସଂଖ୍ୟକ ଗ୍ୟାଲେରୀରେ ଆଇପିଏଲ ଫାଇଲାନ ଭଳି ବଡ ଇଭେଣ୍ଟ ଖେଳିବା ସମ୍ଭବ ପର ନଥିଲା ବୋଲି ବିସିସିଆଇ ସୂଚନା ଦେଇଛି । ତେଣୁ ମ୍ୟାଚକୁ ହାଇଦ୍ରାବାଦକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ସୂଚନା ଅନୁଯାୟୀ, ଚେନ୍ନାଇରେ କ୍ବାଲିଫାୟର-1 ଖେଳାଯିବ। ଯାହା କି ମେ 7ତାରିଖରେ ଖେଳାଯିବାର ଯୋଜନା ରହିଛି । ଅନ୍ୟପଟେ ଭାଇଜାକ୍‌ରେ କ୍ବାଲିଫାୟର-2 ଓ ଏଲିମିନେଟର ମ୍ୟାଚ ଖେଳାଯିବ । ଯାହା କି ମେ 8 ଓ 10ରେ ଖେଳାଯିବାର ଯୋଜନା ହୋଇଛି ।

ଆହୁରି ପଢ଼ନ୍ତୁ- ମହିଳା ଟି20 ପ୍ରଦର୍ଶନୀ ମ୍ୟାଚ: ଆଇପିଏଲ ପ୍ଲେ ଅଫ ସହିତ ଖେଳାଯିବ ମ୍ୟାଚ

ଅନ୍ୟପଟେ 4ଟି ମହିଳା ଟି20 ପ୍ରଦର୍ଶନୀ ମ୍ୟାଚକୁ ଜୟପୁର ଆୟୋଜନ କରିବାକୁ ଯାଉଛି । ଯାହାକି ମେ 6 ତାରିଖରୁ ଆରମ୍ଭ ହେବ । ତେବେ ଏହି ପ୍ରଦର୍ଶନୀ ମ୍ୟାଚରେ ଭାଗ ନେବାକୁ ଥିବା 3 ମହିଳା ଦଳ ହେଲେ ଟ୍ରାଏଲବ୍ଲେଜର୍ସ, ସୁପରନୋଭାସ, ଭେଲୋସିଟି ।

For All Latest Updates

ABOUT THE AUTHOR

...view details