ମୁ୍ମ୍ବାଇ:ଆଇପିଏଲ 2020 ପାଇଁ ୟୁଏଇରେ ସମସ୍ତ ଫ୍ରାଞ୍ଚାଇଜର ସଦସ୍ୟ ରହିଛନ୍ତି । ଏମାନଙ୍କ ମଧ୍ଯରୁ ଦୁଇଜଣ ଖେଳାଳିଙ୍କ ସମେତ 13ଜଣ ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି ।
ତେବେ କେଉଁ ଟିମରୁ କେତେ ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ତାହା ସ୍ପଷ୍ଟ କରିନାହିଁ ବୋର୍ଡ । ଖେଳାଳି ଓ ଷ୍ଟାଫଙ୍କ ପରିଚୟ ଏଯାଏଁ ଖୁଲାସା କରାଯାଇନାହିଁ ।
"2 ଜଣ ଖେଳାଳିଙ୍କ ସମେତ 13ଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ସଦସ୍ୟ ଓ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ସଦସ୍ୟଙ୍କୁ ଅନ୍ୟ ସଦସ୍ୟଙ୍କ ଠାରୁ ଅଲଗା ରଖାଯାଇଛି । ଆଇପିଏଲର ମେଡିକାଲ ଟିମ ଦ୍ବାରା ସେମାନଙ୍କ ଉପରେ ନଜର ରଖାଯାଇଛି ।" ଏକ ଅଫିସିଆଲ ଘୋଷଣାନାମାରେ ବିସିସିଆଇ ପକ୍ଷରୁ ଏହା କୁହାଯାଇଛି ।