ଦୁବାଇ: ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା, ଶନିବାର 100 ଆଇପିଏଲ ୱିକେଟ ହାସଲକାରୀ, ଷଷ୍ଠ ଭାରତୀୟ ଦ୍ରୁତ ବୋଲର ହୋଇଛନ୍ତି । କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ସନ୍ଦୀପ । ଦୁଇଟି ୱିକେଟ ହାସଲ ସହ ମୋଟ 101 ଆଇପିଏଲ ୱିକେଟ ନିଜ ନାମରେ କରିଛନ୍ତି ।
ସାମଗ୍ରିକ ଭାବରେ 27 ବର୍ଷୀୟ ସନ୍ଦୀପ, ଦ୍ବାଦଶ ଭାରତୀୟ ବୋଲର ଭାବେ 100 ୱିକେଟ ହାସଲ କରିଛନ୍ତି । ଏହି ତାଲିକାର ଶୀର୍ଷରେ ରହିଛନ୍ତି, ଭେଟେରାନ ଲେଗ ସ୍ପିନର ଅମିତ ମିଶ୍ର । ତେବେ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମରୁ ବାଦ ପଡିଛନ୍ତି ମିଶ୍ର ।