ଓଡିଶା

odisha

ETV Bharat / sports

ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ

କିଙ୍ଗ୍ସ ଏକାଦଶ ପଞ୍ଜାବର କେଏଲ୍ ରାହୁଲ ଏବଂ ଦିଲ୍ଲୀ ରାଜଧାନୀର କାଗିସୋ ରବାଡା ବ୍ୟାଟିଂ ଏବଂ ବୋଲିଂ ଚାର୍ଟର ଶୀର୍ଷରେ ରହିଛନ୍ତି ।

By

Published : Oct 2, 2020, 7:01 AM IST

ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ
ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ

ଦୁବାଇ:ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଜାରି ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବର କେଏଲ୍ ରାହୁଲ ଏବଂ ଦିଲ୍ଲୀ ରାଜଧାନୀର କାଗିସୋ ରବାଡା ବ୍ୟାଟିଂ ଏବଂ ବୋଲିଂ ଚାର୍ଟର ଶୀର୍ଷରେ ରହିଛନ୍ତି ।

ରାହୁଲ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍‌ରେ 222 ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ସେ କିଙ୍ଗସ ଏକାଦଶ ପାଇଁ ଶତକ ଯୋଡିଛନ୍ତି । ଏଥିସହିତ ସେ ଅରେଞ୍ଜ କ୍ୟାପର ଅଧିକାରୀ ବନିଛନ୍ତି । ତାଙ୍କ ପଛରେ ସାଥୀ ଖେଳାଳି ମୟଙ୍କ ଅଗ୍ରୱାଲ (ତିନିଟି ମ୍ୟାଚରେ 221 ରନ୍) ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଫାଫ୍ ଡୁ ପ୍ଲେସିସ୍ (ତିନିଟି ମ୍ୟାଚରେ 173 ରନ୍) କରିଛନ୍ତି ।

ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ
ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ
ଆଇପିଏଲ୍ 13: ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ, ରବାଡାଙ୍କ ପାଖରେ ପରପଲ କ୍ୟାପ

ବୋଲରଙ୍କ ତାଲିକାରେ ରବାଡା ବର୍ତ୍ତମାନ 3ଟି ମ୍ୟାଚ୍‌ରେ 7ଟି ୱିକେଟ୍ ନେଇ ପରପଲ କ୍ୟାପର ଅଧିକାରୀ ବନିଛନ୍ତି । ତାଙ୍କ ପରେ କିଙ୍ଗ୍ସ ଏକାଦଶର ମହମ୍ମଦ ଶାମି (3ଟି ମ୍ୟାଚରେ 7ଟି ୱିକେଟ୍) ଏବଂ ଚେନ୍ନାଇର ସାମ କୁରାନ୍ (3ଟି ମ୍ୟାଚରେ 5ଟି ୱିକେଟ୍) ନେଇ ପରବର୍ତ୍ତୀ ଦୁଇ ଶ୍ରେଷ୍ଠ ୱିକେଟ୍ ଅଧିକାରୀ ତାଲିକାରେ ରହିଛନ୍ତି।

ଏହି ରନ୍ କ୍ୟାପ୍ ଗୁଡିକ ଅଗ୍ରଣୀ ରନ୍-ସ୍କୋରର ଏବଂ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କୁ ଉପସ୍ଥାପିତ କରାଯାଏ ।

ABOUT THE AUTHOR

...view details