ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ । ଲାଗିଲା ମୋହର, ବାଜିଲା ବିଗୁଲ । ୟୁଏଇରେ ଅନୁଷ୍ଠିତ ହେବ ଚଳିଚ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ-2020 । ଆସନ୍ତା ସେପ୍ଟେମ୍ବର 19ରୁ ଆରମ୍ଭ ହେବ ଏହି ବିତ୍ତଶାଳୀ ଲିଗ୍ । ନଭେମ୍ବର 10 ରେ ଫାଇନାଲ ଆଉ 10 ଡବଲ ହେର୍ଡର ମ୍ୟାଚ । ତେବେ ରବିବାର ବସିଥିବା ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଏହା ଚୁଡାନ୍ତ ହୋଇଛି । ଆଉ ଅପେକ୍ଷା କେବଳ ଭାରତ ସରକାରଙ୍କ ଅନୁମତିକୁ ରହିଛି ଅପେକ୍ଷା ।
ତେବେ ମ୍ୟାଚ ଗୁଡିକ ଭାରତୀୟ ସମୟ ସଂଧ୍ୟା 7.30ରେ ଆରମ୍ଭ ହେବ । କୋରୋନା କଟକଣା ନିୟମ ମାନିବା ସହିତ ଖେଳାଳିଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରଖାଯିବ । ତେବେ ପଡିଆରେ ଦର୍ଶକଙ୍କ ପ୍ରବେଶ ଉପରେ ୟୁଏଇ କ୍ରିକେବ ବୋର୍ଡ ବିଚାର କରିବ ।