ହାଇଦ୍ରାବାଦ: ଆଇପିଏଲର 13ତମ ସଂସ୍କରଣ ପାଇଁ ସମସ୍ତ ଟିମ ୟୁଏଇ ଗସ୍ତ କରିଛନ୍ତି । ୟୁଏଇ ଗସ୍ତ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଟିମର ଖେଳାଳିଙ୍କର ଭାରତରେ କୋଭିଡ-19 ଟେଷ୍ଟ କରାଯାଇଛି । ତେବେ ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପ କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ ୟୁଏଇରେ ପହଞ୍ଚି ସାରିଛି । ବିସିସିଆଇର ଏସଓପି ଅନୁଯାୟୀ, ୟୁଏଇରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ 7ଦିନ କ୍ବାରେଣ୍ଟିନରେ ରହିବାକୁ ହେବ । ପହଞ୍ଚିବାର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନ 3ଟି କୋଭିଡ-19 ଟେଷ୍ଟ କରାଯିବ ।