ଓଡିଶା

odisha

ETV Bharat / sports

ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସର ଅଭ୍ୟାସ ଆରମ୍ଭ

ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କ ଭଳି ଷ୍ଟାର ଭାରତୀୟ ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ରହିଛନ୍ତି ।

By

Published : Aug 30, 2020, 5:52 PM IST

Updated : Aug 30, 2020, 6:06 PM IST

IPL 13: Delhi Capital starts first nets session after Manadatory six days quarantine
ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସର ଅଭ୍ୟାସ ଆରମ୍ଭ

ଦୁବାଇ: ଆଇପିଏଲର 13ତମ ସଂସ୍କରଣ ଯୁଏଇରେ ଖେଳାଯିବ । ସେଥିପାଇଁ ସମସ୍ତ 8ଟି ଫ୍ରାଞ୍ଚାଇଜର ଖେଳାଳି ୟୁଏଇରେ ରହିଛନ୍ତି । ବିସିସିଆଇ ପକ୍ଷରୁ ନିର୍ଦ୍ଧାରିତ ବାଧ୍ୟତାମୂଳକ 6ଦିନ କ୍ବାରେଣ୍ଟାଇନ ସମୟ ଶେଷ କରିବା ପରେ ଅଭ୍ୟାସକୁ ଫେରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଫ୍ରାଞ୍ଚାଇଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଅଭ୍ୟାସ ସମୟର ଫଟୋ ସେୟାର କରାଯାଇଛି ।

ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କ ଭଳି ଷ୍ଟାର ଭାରତୀୟ ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ରହିଛନ୍ତି । ଆଇପିଏଲ 2020ରେ କ୍ୟାପଟେନ ଭାବେ ବଡ ଆହ୍ବାନ ହେବ ବୋଲି କହିଛନ୍ତି ଶ୍ରେୟର ଆୟର ।

ଗତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ପ୍ରଦର୍ଶନ କରିବା ସହ ଶ୍ରେଷ୍ଠ 4ଟିମ ମଧ୍ୟରେ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2020, 6:06 PM IST

ABOUT THE AUTHOR

...view details