ନୂଆଦିଲ୍ଲୀ: ପୁଣି ଥରେ ଯୋଡି ହେବ କି ଆଇପିଏଲରେ କଳଙ୍କିତ ଇତିହାସ ? କାରଣ ଆଇପିଏଲ ସମୟରେ ଆସିଲା ବଡ ଖବର । ଜଣେ କ୍ରିକେଟରଙ୍କୁ ବୁକି ଆପ୍ରୋଚ କରିଥିବା ଅଭିଯୋଗ ହୋଇଛି । କିଛି ବର୍ଷ ତଳେ ସ୍ପଟ ଫିକ୍ସିଂରେ ଦୋହଲିଯାଇଥିଲା ଆଇପିଏଲ ।
ଆଇପିଏଲରେ ଆସିଲା ସ୍ପଟ୍ ଫିକ୍ସିଂ ଗନ୍ଧ, ଅନୁସନ୍ଧାନ ଆରମ୍ଭ କଲା ଦୁର୍ନୀତି ନିବାରଣ ୟୁନିଟ୍ ୟୁଏଇରେ ଆଇପିଏଲ ଖେଳାଯାଉଥିବା ବେଳେ ଜଣେ କ୍ରିକେଟର ଏପରି ଏକ ଖୁଲାସା କରିଛନ୍ତି । ଫଳରେ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ ଏବେ ହାଇଆଲର୍ଟରେ ।
ଜୌବ ସୁରକ୍ଷା ବଳୟରେ ଅନୁଷ୍ଠିତ ହେଉଥିବା ଆଇପିଏଲର 13 ତମ ସଂସ୍କରଣରେ ସିଧାସଳଖ କୌଣସି ଖେଳାଳିଙ୍କୁ କୌଣସି ବୁକି ଯୋଗାଯୋଗ କରିବା ସମ୍ଭବ ନୂହେଁ । ମାତ୍ର ଦୁର୍ନୀତିଗ୍ରସ୍ତଙ୍କ ଅନଲାଇନ୍ ନେଟୱାର୍କ ହେତୁ ଏହି ବିପଦ ତଥାପି ରହିଛି | ତେବେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍ ମୁଖ୍ୟ ଅଜିତ ସିଂ ଗଣମାଧ୍ୟମକୁ ଏହି ବିଷୟରେ ସୂଚନା ଦେଇଛନ୍ତି । ରାଜସ୍ଥାନ ପୋଲିସର ପୂର୍ବତନ ଡିଜିପି ଥିବା ଅଜିତ ସିଂ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ ‘‘ହଁ, ଜଣେ ଖେଳାଳି ଏହି ସମ୍ପର୍କରେ ଆମକୁ ଜଣାଇଛନ୍ତି । ଆମେ ତାଙ୍କୁ ଟ୍ରାକିଂ କରୁଛୁ । କିଛି ସମୟ ଲାଗିବ । ’’
ଆଇପିଏଲରେ ଆସିଲା ସ୍ପଟ୍ ଫିକ୍ସିଂ ଗନ୍ଧ, ଅନୁସନ୍ଧାନ ଆରମ୍ଭ କଲା ଦୁର୍ନୀତି ନିବାରଣ ୟୁନିଟ୍ ଦୁର୍ନୀତି ନିବାରଣ ପ୍ରୋଟୋକଲ ଅନୁଯାୟୀ, ଖେଳାଳିଙ୍କ ନାମ (ଭାରତୀୟ କିମ୍ବା ବିଦେଶୀ) କିମ୍ବା ଫ୍ରାଞ୍ଚାଇଜର ନାମ ପ୍ରକାଶ କରାଯାଏ ନାହିଁ । ଖେଳାଳି ଏବଂ ସପୋର୍ଟ ଷ୍ଟାଫ ବାୟୋ-ବବୁଲରେ ରହିଥିଲେ ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅନଲାଇନ୍ ଦୁର୍ନୀତିଗ୍ରସ୍ତ ଆଭିମୁଖ୍ୟ ଉପରେ ଧାନ୍ୟ ଦେଉଛି ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍ ।
ଅଧିକାଂଶ ଖେଳାଳି, ବିଶେଷକରି ସେମାନେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଛନ୍ତି ଯେଉଁଠାରେ ପ୍ରଶଂସକମାନେ ସେମାନଙ୍କ ସହିତ ବନ୍ଧୁତା କରିବାକୁ ଚେଷ୍ଟା କରୁଥିବାବେଳେ ଅଜ୍ଞାତ ବ୍ୟକ୍ତିମାନେ ଖେଳାଳିଙ୍କ ସହ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଦେଶୀ ହେଉ କିମ୍ବା ଭାରତୀୟ ଖେଳାଳି ହୁଅନ୍ତୁ, ପ୍ରତି ନୂତନ ଖେଳାଳିଙ୍କୁ ଏକ ଦୁର୍ନୀତି ନିବାରଣ କ୍ଲାସ ପ୍ରଦାନ କରାଯାଇଥାଏ ।