ଓଡିଶା

odisha

By

Published : Aug 19, 2020, 10:50 PM IST

ETV Bharat / sports

ଡ୍ରିମ୍ 11କୁ ଔପଚାରିକ ଭାବେ ଆଇପିଏଲ ଟାଇଟଲ ପ୍ରାୟୋଜକ ଘୋଷଣା କଲା ବିସିସିଆଇ

ଡ୍ରିମ୍ 11 ହେଉଛି ମୁମ୍ବାଇରେ ଅବସ୍ଥିତ ଏକ ଭାରତୀୟ କମ୍ପାନୀ । କ୍ରୀଡା ସହିତ ଏହାର ସହ ଭାଗୀତା ବର୍ଷ ବର୍ଷ ଧରି ବୃଦ୍ଧି ପାଇଛି ।

ଡ୍ରିମ୍ 11କୁ ଔପଚାରିକ ଭାବେ ଆଇପିଏଲ ଟାଇଟଲ୍ ପ୍ରାୟୋଜକ ଘୋଷଣା କଲା ବିସିସିଆଇ
ଡ୍ରିମ୍ 11କୁ ଔପଚାରିକ ଭାବେ ଆଇପିଏଲ ଟାଇଟଲ୍ ପ୍ରାୟୋଜକ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ସେପ୍ଟେମ୍ବର 19 ରୁ ନଭେମ୍ବର 10 ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର 2020 ସଂସ୍କରଣର ନୂତନ ଟାଇଟଲ୍ ପ୍ରଯୋଜକ ଡ୍ରିମ୍ 11କୁ ଔପଚାରିକ ଭାବେ ଘୋଷଣା କରିଛି ଆଇପିଏଲ୍ ପରିଚାଳନା ପରିଷଦ ।

ଡ୍ରିମ୍ 11କୁ ଔପଚାରିକ ଭାବେ ଆଇପିଏଲ ଟାଇଟଲ୍ ପ୍ରାୟୋଜକ ଘୋଷଣା କଲା ବିସିସିଆଇ

ଡ୍ରିମ୍ 11 ହେଉଛି ମୁମ୍ବାଇରେ ଅବସ୍ଥିତ ଏକ ଭାରତୀୟ କମ୍ପାନୀ । କ୍ରୀଡା ସହିତ ଏହାର ସହ ଭାଗୀତା ବର୍ଷ ବର୍ଷ ଧରି ବୃଦ୍ଧି ପାଇଛି ଏବଂ ଏହା ବର୍ତ୍ତମାନ 6ଟି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ସହିତ ମୋଟ 19ଟି କ୍ରୀଡା ଲିଗ୍ ସହଭାଗୀତା କରୁଛି ।

ଆଇପିଏଲର ଚେୟାରମ୍ୟାନ୍ ବ୍ରିଜେଶ ପଟେଲ କହିଛନ୍ତି: "ଆଇପିଏଲ୍ ର 2020 ସଂସ୍କରଣ ପାଇଁ ଟାଇଟଲ୍ ପ୍ରଯୋଜକ ଭାବରେ ଆମେ ଡ୍ରିମ୍ 11କୁ ସ୍ବାଗତ କରୁଛୁ । ଡ୍ରିମ୍ 11 କେବଳ ଏକ ପ୍ରାୟୋଜକ ପଦରୁ ଏବେ ଟାଇଟଲ ପ୍ରାୟୋଜକ ପଦରେ ଯୋଡି ହେଲା । ଏହା ପ୍ରଶଂସକଙ୍କୁ ଆଇପିଏଲର ସହ ଡିଜିଟାଲ୍ ବ୍ରାଣ୍ଡ ଭାବରେ ଯୋଡିବ ।’’

ଡ୍ରିମ୍ 11କୁ ଔପଚାରିକ ଭାବେ ଆଇପିଏଲ ଟାଇଟଲ୍ ପ୍ରାୟୋଜକ ଘୋଷଣା କଲା ବିସିସିଆଇ

ଡ୍ରିମ୍ 11ର ସିଇଓ ତଥା ସହ-ପ୍ରତିଷ୍ଠାତା ହର୍ଷ ଜେନା କହିଛନ୍ତି: "2008 ରେ ଆଇପିଏଲର ଶୁଭାରମ୍ଭ ଡ୍ରିମ୍ 11ର ଧାରଣା ସୃଷ୍ଟି କରିଥିଲା । କ୍ରୀଡ଼ା ପ୍ରଶଂସକ ଭାବରେ ଆମେ ଆଇପିଏଲ୍ ପ୍ରଶଂସକଙ୍କୁ କଳ୍ପନା କ୍ରିକେଟ୍ ପ୍ରଦାନ କରିବାକୁ ଚାହୁଁଥିଲୁ । ସେମାନେ ଭଲ ପାଉଥିବା କ୍ରୀଡା ସହିତ ଜଡିତ ହୁଅନ୍ତୁ ଏବଂ ସେମାନଙ୍କର କ୍ରୀଡା ଜ୍ଞାନ ଏବଂ କୌଶଳ ପ୍ରଦର୍ଶନ କରନ୍ତୁ | ଏକ ଗର୍ବିତ ହୋମ ଭାରତୀୟ ବ୍ରାଣ୍ଡ ଯାହା ଭାରତରେ ନିର୍ମିତ, ଭାରତୀୟଙ୍କ ଦ୍ବାରା ପରିଚାଳିତ । ଏହା କେବଳ ଭାରତୀୟ କ୍ରୀଡା ପ୍ରଶଂସକଙ୍କ ପାଇଁ ଅଟେ । ଆମକୁ ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହିଁବୁ ଆଇପିଏଲ୍ ର ଟାଇଟଲ୍ ପ୍ରଯୋଜକ ପାଇଁ ଚୟନ କରିଥିବାରୁ ।’’

ABOUT THE AUTHOR

...view details