ଓଡିଶା

odisha

ETV Bharat / sports

ବାଲୁକାକଳାରେ ବିଜୟୀ ଭାରତକୁ ସୁଦର୍ଶନଙ୍କ ଶୁଭେଚ୍ଛା - ଅଷ୍ଟ୍ରେଲିଆ ବନାମ ଭାରତ

ପୁରୀ ବେଳାଭୂମୀରେ ବାଲୁକାକଳା ମାଧ୍ୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ସିରିଜ ବିଜୟୀ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

International sand artist Sudarsan Pattnaik congratulates Team India with beautiful SandArt for historical series win
ବାଲୁକାକଳାରେ ବିଜୟୀ ଭାରତକୁ ସୁଦର୍ଶନଙ୍କ ଶୁଭେଚ୍ଛା

By

Published : Jan 19, 2021, 8:13 PM IST

ହାଇଦ୍ରାବାଦ:ବିଜୟୀ ଭାରତୀୟ କ୍ରିକେଟ ଟିମକୁ ନିଜ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାକଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମୀରେ ବାଲୁକାକଳା ମାଧ୍ୟମରେ ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ ବିଜେତା ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ।

ଏଥିସହ ଟ୍ବିଟଯୋଗେଁ ଫଟୋ ସେୟାର କହିବା ସହ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୂହୂର୍ତ୍ତ ବୋଲି କହିଛନ୍ତି ।

4 ଟିକିଆ ବର୍ଡର ଗାଭାସ୍କର ଟ୍ରଫି ସିରିଜ 1-1ରେ ବରାବର ଥିଲା । ସିରିଜର 4ର୍ଥ ଟେଷ୍ଟ ବ୍ରିସବେନର ଗାବାରେ ଖେଳାଯାଇଥିଲା । ଯେଉଁଠାରେ 32 ବର୍ଷ ଧରି ଗୋଟିଏ ବି ଟେଷ୍ଟରେ ପରାସ୍ତ ହୋଇନଥିଲା ଘରୋଇ ଅଷ୍ଟ୍ରେଲିଆ । ବିଜୟ ପାଇଁ ଭାରତ ସାମ୍ନାରେ 328 ରନର ବିଜୟ ଲକ୍ଷ୍ୟ ରହିଥିଲା । ଆରମ୍ଭରୁ ଏହା ଅବିଶ୍ବସନୀୟ ଲାଗୁଥିଲା । ମାତ୍ର 4ର୍ଥ ଦିନର ଅସମାପ୍ତ ସ୍କୋର 4 ରୁ ଶେଷ ଦିନରେ ଖେଳ ଆରମ୍ଭ କରି ସହଜ ଓ ସଫଳତାର ସହ ବିଜୟ ହାସଲ କରିଥିଲା ଭାରତୀୟ ଟିମ । ଶେଷ ଦିନର ଶେଷ ଅଧିବେସନରେ ରୋମାଞ୍ଚ ଜାରି ରହିଥିଲା । ଓଭର ସରି ଆସୁଥିଲା, ଦିନର ଖେଳ ଶେଷ ହେବାକୁ ଯାଉଥିଲା ଓ ଭାରତକୁ ବିଜୟ ପାଇଁ ରନ ଓ ଅଷ୍ଟ୍ରେଲିଆକୁ ୱିକେଟ ଆବଶ୍ୟକ ଥିଲା ।

ଓପନର ଶୁଭମନ ଗିଲ 91 ଓ ଚେତେଶ୍ବର ପୂଜାରା ଲଢୁଆ 56 ରନର ଇଂନିସ ଖେଳିଥିଲେ । ପରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 89 ରନର ମାରାଥନ ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ଭାରତକୁ ବିଜୟୀ କରାଇାଥିଲେ । ଫଳରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ 2-1ରେ ସିରିଜ ହାତେଇଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details