ଦୁବାଇ: ପାକିସ୍ତାନ ସୁପର ଲିଗ (ପିଏସଏଲ) ଖେଳିବେନି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲର୍ସ । ଆହତ ସମସ୍ୟା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ତେବେ ତାଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସମ୍ପୂର୍ଣ୍ଣ ବିଶ୍ରାମ ପାଇଁ ଡାକ୍ତାର ତାଙ୍କୁ ପରାମର୍ଶ ଦେଇଛନ୍ତି ।
ପିଏସଏଲ ଖେଳିବେନି ଡିଭିଲର୍ସ
ପାକିସ୍ତାନ ସୁପର ଲିଗ (ପିଏସଏଲ) ଖେଳିବେନି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲର୍ସ । ଆହତ ସମସ୍ୟା ପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଏନେଇ ଡିଭିଲର୍ସ କହିଛନ୍ତି, "ମୁଁ ବହୁତ ଦୁଃଖିତ । ଯେ ପାକିସ୍ତାନ କ୍ରିକେଟ ପ୍ରେମୀଙ୍କ ସାମ୍ନାରେ ମୁଁ ଖେଳିପାରିବି ନାହିଁ । ମୋତେ ଡାକ୍ତର ୨ ସପ୍ତାହ ପାଇଁ ବିଶ୍ରାମ ନେବାକୁ କହିଛନ୍ତି। ଏଣୁ ମୁଁ କରାଚୀରେ ହେବାକୁ ଥିବା ମ୍ୟାଚ୍ରେ ଖେଳିପାରିବି ନାହିଁ।"
ତେବେ ଏଠାରେ ସୂଚନା ଥାଉ, ଲାହୋର କ୍ବାଲାଣ୍ଡର୍ସ ପକ୍ଷରୁ ଖେଳୁଥିବା ଏବି ଡିଭିଲର୍ସ ଚଳିତ ସିଜନରେ 218ରନ କରି ସାରିଛନ୍ତି । ୟୁଏଇଠାରେ ଆସନ୍ତା ୫ ତାରିଖରେ ଚଳିତ ପିଏସଏଲର ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ।