ଓଡିଶା

odisha

ETV Bharat / sports

IND VS WI, ପ୍ରଥମ ଟେଷ୍ଟ: ଭାରତର ପ୍ରଥମ ବିଶାଳ ବିଜୟ - ପ୍ରଥମ ଟେଷ୍ଟ

ଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ 318ରନର ବିଶାଳ ବ୍ୟବଧାନରେ ବିଜୟ ଲାଭ କରିଛି ଅତିଥି ଭାରତୀୟ ଦଳ । ଭାରତର ପ୍ରଥମ ଓ ଦ୍ବିତୀୟ ପାଳିରେ ଯଥାକ୍ରମେ ଇଶାନ୍ତା ଶର୍ମା ଓ ଜସପ୍ରୀତ୍‌ ବୁମରାଙ୍କ 5 ୱିକେଟ ହଲ ଏବଂ ଉପଅଧିନାୟକ ଆଜିଙ୍କ୍ୟା ରାହାଣେଙ୍କ ଶତକ ଭାରତକୁ ଏହି ସଫଳତା ଆଣିଦେଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ BCCI

By

Published : Aug 26, 2019, 5:17 AM IST

Updated : Aug 26, 2019, 10:23 AM IST

ଆଣ୍ଟିଗୁଆ: ହ୍ବାଇଟ୍‌ କ୍ରିକେଟର ଦୀର୍ଘତମ ଫର୍ମାଟ, ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ବିରାଟ ବାହିନୀ । ଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ 318ରନର ବିଶାଳ ବ୍ୟବଧାନରେ ବିଜୟ ଲାଭା କରିଛି ଅତିଥି ଭାରତୀୟ ଦଳ । ଭାରତର ପ୍ରଥମ ଓ ଦ୍ବିତୀୟ ପାଳିରେ ଯଥାକ୍ରମେ ଇଶାନ୍ତା ଶର୍ମା ଓ ଜସପ୍ରୀତ୍‌ ବୁମରାଙ୍କ 5 ୱିକେଟ ହଲ ଏବଂ ଉପଅଧିନାୟକ ଆଜିଙ୍କ୍ୟା ରାହାଣେଙ୍କ ଶତକ ଭାରତକୁ ଏହି ସଫଳତା ଆଣିଦେଇଛି ।

ତେବେ 419ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଦଳ ମାତ୍ର 100ରନରେ ତାର ସମସ୍ତ ୱିକେଟ ହରାଇ ବସିଥିଲା । ଅତିଥି ଦଳର ବୁମରାଙ୍କ (8-7-5) ଘାତକ ବୋଲିଂ ଆଗରେ ଗୋଟିଏ ଦିନ ବି ଟିକି ପାରିଲା ନାହିଁ କାରିବିଆନ ଦଳ । ଅନ୍ୟ ପକ୍ଷରେ 2ୟ ପାଳିରେ ଇଶାନ୍ତ ଶର୍ମା 3 ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି 2 ୱିକେଟ ନେଇଛନ୍ତି ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ପାଳିରେ 297ରନ କରିଥିଲା । ପରେ ଇଣ୍ଡିଜ୍‌ ଦଳ ତାର ପ୍ରଥମ ପାଳିରେ 222ରନରେ ସମସ୍ତ ୱିକେଟ ହରାଇ ଇଂନିସରେ ପଛୁଆ ରହିଥିଲା । ପରେ 2ୟ ପାଳରେ ଭାରତ 343ରନ କରିଥିଲା । ଭାରତର ଏହି ପାଳିରେ ସାମିଲ ଥିଲା ରାହାଣେଙ୍କ ଶତକ, କ୍ୟାପ୍ଟେନ କୋହଲିଙ୍କ ଅର୍ଦ୍ଧଶତକ ଓ ହନୁମା ବାହାରୀଙ୍କ 93ରନ ।

ତେବେ ଏହି ବିଜୟ ସହ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି । 2ୟ ଟେଷ୍ଟ ଜିତି ସମ୍ପୂର୍ଣ୍ଣ ଗସ୍ତକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଅତିଥି ଭାରତ । ଏହା ପୂର୍ବରୁ ଦିନିକିଆକୁ 3-0ରେ ଓ ଟି-20କୁ 2-0ରେ ହ୍ୱାଇଟ ୱାସ କରିଥିଲା ବିରାଟ ବାହିନୀ । ଆସନ୍ତା 30ତାରିଖରୁ 2ୟ ଟେଷ୍ଟ ମ୍ୟାଚ ଖେଳାଯିବ ।

Last Updated : Aug 26, 2019, 10:23 AM IST

ABOUT THE AUTHOR

...view details