ଓଡିଶା

odisha

ETV Bharat / sports

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ରାହୁଲ ଭାଇସ-କ୍ୟାପଟେନ - ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ

ଅଷ୍ଟ୍ରେଲିଆ ଗସ୍ତ ପାଇଁ କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଭାରତୀୟ ଦଳ ଘୋଷଣା ।

India's tour of Australia: Squads for T20Is, ODIs, Tests announced, youngsters dominate
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

By

Published : Oct 26, 2020, 10:12 PM IST

ମୁମ୍ବାଇ: ଅଷ୍ଟ୍ରେଲିଆ ଗସ୍ତ ପାଇଁ କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଭାରତୀୟ ଦଳ ଘୋଷଣା । ନଭେମ୍ବର 27ରେ ସିଡନି ଦିନିକିଆ ସହ ଏହି ସିରିଜ ଆରମ୍ଭ ହେବ । ଆହତ କାରଣରୁ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କ ନାମ ଏହି ସିରିଜ ପାଇଁ ଘୋଷଣା କରାଯାଇନାହିଁ । ତେବେ ବିସିସିଆଇ ମେଡିକାଲ ଟିମ ଦ୍ବାରା ଉଭୟ ଖେଳାଳିଙ୍କ ଉପରେ ଧ୍ୟାନ ରହିଛି ।

କେଏଲ ରାହୁଲ ଦିନିକିଆ ଓ ଟି-20 ସିରିଜ ପାଇଁ ବିରାଟ କୋହଲିଙ୍କ ଭାଇସ-କ୍ୟାପଟେନ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ 3ମ୍ୟାଚ ବିଶିଷ୍ଟ ଟି-20 ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ ଖେଳିବା ଟିମ ଇଣ୍ଡିଆ । ଏଥିସହ 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଖେଳାଯିବ ।

ସର୍ବ-ଭାରତୀୟ ସିନିୟର ଚୟନ କମିଟି ସୋମବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛନ୍ତି ।

ଟିମ ଇଣ୍ଡିଆ ଟି-20 ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଭାଇସ କ୍ୟାପଟେନ/ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ ।

ଟିମ ଇଣ୍ଡିଆ ଦିନିକିଆ ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଶୁଭମନ ଗିଲ୍, କେଏଲ ରାହୁଲ(ଭାଇସ-କ୍ୟାପଟେନ/ ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର ।

ଟିମ ଇଣ୍ଡିଆ ଟେଷ୍ଟ ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, କେଏଲ ରାହୁଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା(ୱିକେଟ କିପର), ଋଷଭ ପନ୍ତ(ୱିକେଟ କିପର), ଜଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ବିନୀ, ମହମ୍ମଦ ସିରାଜ ।

କମଲେଶ ନଗରକୋଟି, କାର୍ତ୍ତିକ ତ୍ୟାଗୀ, ଇଶାନ ପୋରେଲ ଓ ଟି. ନଟରାଜନ ଅତିରିକ୍ତ ବୋଲର ଭାବେ ଚୟନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details