ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ସୋମବାର 21 ବର୍ଷରେ ପାଦ ଥାପିଛନ୍ତି । ଫଳରେ କ୍ରିକେଟରଙ୍କ ସହ ଅଗଣିତ ଫ୍ୟାନ୍ସ , ଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟ ଟିମ ଇଣ୍ଡିଆର ଏହି ଯୁବ ଓପନର ବ୍ୟାଟ୍ସମ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ।
ପୃଥ୍ବୀ ଶ ଙ୍କ ଚମତ୍କାର ବ୍ୟାଟିଂ ଶୈଳୀ ପାଇଁ ତାଙ୍କୁ ପରବର୍ତ୍ତୀ ସଚିନ ତେନ୍ଦୁଲକର ଭାବେ ମଧ୍ୟ ଅନେକ ସମ୍ବୋଧନ କରନ୍ତି । ମାତ୍ର 14 ବର୍ଷ ବୟସରେ ମୁମ୍ବାଇର ହାରିସ ସିଲଡରେ 546 ରନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ । ପରେ ଭାରତୀୟ 19 ବର୍ଷରୁ କମ ବିଶ୍ବକପ ଟିମର କ୍ୟାପଟେନ ରହିସାରିଛନ୍ତି । ପୃଥ୍ବୀଙ୍କ ନେତୃତ୍ବରେ ବର୍ଷ 2018ରେ 19ବର୍ଷରୁ କମ ବିଶ୍ବକପ ବିଜେତା ହୋଇଛି ଜୁନିୟର ଟିମ ଇଣ୍ଡିଆ ।