ମୁମ୍ବାଇ: ପରଲୋକରେ ଭାରତର ବୟୋଜ୍ୟେଷ୍ଠ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାଇଜି । ମୃତ୍ୟୁ ବେଳକୁ ତାଙ୍କୁ 100 ବର୍ଷ ବୟସ ହୋଇଥିଲା ।
ବର୍ଷ 1940ରେ 9ଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ 277 ରନ ସଂଗ୍ରହ କରିଥିଲେ । ରଣଜୀ ଟ୍ରଫିରେ ବମ୍ବେ ଓ ବରୋଦା ପାଇଁ ଓପନର ବ୍ୟାଟ୍ସମ୍ୟାନ ରହିଥିଲେ । ବର୍ଷ 1944-45ରେ ଏକା ମ୍ୟାଚରେ ବରୋଦା ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ଏହି ମ୍ୟାଚର ଉଭୟ ଇଂନିସରେ ମ୍ୟାଚ ବିଜୟୀ 68 ଓ 53 ରନର ଇଂନିସ ଖେଳିଥିଲେ ବସନ୍ତ ରାଇଜି ।
ପେଷାରେ ସେ ଜଣେ ଦକ୍ଷ ଚାଟାର୍ଡ ଆକାଉଣ୍ଟାଟ ମଧ୍ୟ ଥିଲେ । ଚଳିତ ବର୍ଷ ଜାନୁଆରୀ 26 ତାରିଖରେ 100ତମ ଜନ୍ମଦିବସ ଷ୍ଟିଭ ୱ ଓ ସଚିନ ତେନ୍ଦୁଲକରଙ୍କ ସହ ମନାଇଥିଲେ ।