ଓଡିଶା

odisha

ETV Bharat / sports

ସରିବ ସସପେନ୍ସ, ସୋମବାର ବିଶ୍ବକପ ପାଇଁ ଦଳ ଘୋଷଣା - monday

ଆସନ୍ତା ସୋମବାର ଅପରାହ୍ନ 3ଟାରେ ଭାରତୀୟ ବିଶ୍ବକପ ଦଳର ଘୋଷଣା କରାଯିବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Apr 13, 2019, 10:08 PM IST

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ବିଶ୍ବକପ ପାଇଁ କାଉଣ୍ଟ ଡାଉନ । ଭାରତୀୟ ଦଳରେ କିଏ ସ୍ଥାନ ପାଇବେ ବିଶ୍ବକପ ଯୁଦ୍ଧ ପାଇଁ । କାହାକୁ ମିଳିବ ଲଣ୍ଡନ ଟିକେଟ । ମଧ୍ୟ କ୍ରମ କିଏ ସମ୍ଭାଳିବେ । କିଏ ବୋଲିଂ ବିଭାଗ ନେବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆସନ୍ତା ସୋମବାର ଅପରାହ୍ନ 3ଟାରେ ମିଳିଯିବ ।

ଶନିବାର ବିସିସିଆଇ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହା ସଷ୍ଟ କରାଯାଇଛି ଯେ ସୋମବାର ଅପରାହ୍ନ 3ଟାରେ ଏକ ବୈଠକ ବସିଲା ପରେ ବିଶ୍ବକପ ପାଇଁ ଭାରତୀୟ ଦଳର ଘୋଷଣା ହେବ । ଏହି ବୈଠକରେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଉପସ୍ଥିତ ରହିବେ ।

"ସମସ୍ତ ଭାରତୀୟ ସିନିୟର ଚୟନ କର୍ତାଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ଏପ୍ରିଲ 15ତାରିଖ ଦିନ 3ଟା ସମୟରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରାଯିବା । ଦଳ ଘୋଷଣା ପ୍ରେସ କନଫରେନ୍ସ ଦ୍ବାରା କରାଯିବ " ବୋଲି ବିସିସିଆଇ ପ୍ରେସ ବିଜ୍ଞପ୍ତିରେ ଲେଖାଅଛି ।

ତେବେ ସର୍ବଦା ଦଳର ମଧ୍ୟକ୍ରମ ଚିନ୍ତାର କାରଣ ପାଲଟିଛି । ତେଣୁ ବିଶ୍ବକପ ପାଇଁ ମଧ୍ୟକ୍ରମ ଚୟନ କରିବା ସିଲେକ୍ସନ କମିଟି ପାଇଁ ନିଶ୍ଚୟ ଏକ ବଡ ଚ୍ୟାଲେଞ୍ଜ ହେବ । ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ, ଦିନେଶ କାର୍ତ୍ତିକଙ୍କୁ ନେଇ ଦ୍ବନ୍ଦ ଲାଗିପାରେ । ସେଭିଭଳି ଆଇପିଏଲରେ ଭଳ ଫର୍ମରେ ଥିବା ଭାରତୀୟ ଅନ୍ୟତମ ଓପନର କେଏଲ ରାହୁଲ ଓ ଅମ୍ବାତି ରାଇଡୁଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ସୂଚନାଯୋଗ୍ୟ, ଆଇସିସି ପୁରୁଷ ବିଶ୍ୱକପ୍ ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜିତ ହେବ । ଏଥର ବିଶ୍ୱକପ୍ ରାଉଣ୍ଡ ରବିନ୍ ଫର୍ମାଟରେ ଖେଳାଯିବ। ଅର୍ଥାତ୍ ୧୦ଟି ଯାକ ଟିମ୍ ପରସ୍ପର ବିରୋଧରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ । ଏହା ପରେ ତାଲିକାର ଶୀର୍ଷ ୪ଟି ସ୍ଥାନରେ ଥିବା ଟିମକୁ ନେଇ ସେମିଫାଇନାଲ ଅନୁଷ୍ଠିତ ହେବ। ଜୁନ୍ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଖେଳିବ ।

For All Latest Updates

ABOUT THE AUTHOR

...view details