ଓଡିଶା

odisha

By

Published : Feb 15, 2021, 8:12 PM IST

Updated : Feb 15, 2021, 9:04 PM IST

ETV Bharat / sports

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ନମନ ଓଝା

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ 37 ବର୍ଷୀୟ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ନମନ ଓଝା । ଅଧିକ ପଢନ୍ତୁ...

Indian wicketkeeper-batsman Naman Ojha announces retirement from all forms of cricket
କ୍ରିକେଟରୁ ସନ୍ୟାସ ଘୋଷଣା କଲେ ନମନ ଓଝା

ହାଇଦ୍ରାବାଦ:ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ୱିକେଟକିପର ବ୍ୟାଟ୍ସମ୍ୟାନ ନମନ ଓଝା । 37 ବର୍ଷୀୟ ନମନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ ପାଇଁ ସେ ବର୍ଷ 2010 ଜୁନ 5ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ହାରାରେରେ ଶ୍ରୀଲଙ୍କା ବିପକ୍ଷରେ ସେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ ଖେଳିଛନ୍ତି । ଏହାର ଗୋଟିଏ ସପ୍ତାହ ପରେ ମେନ ଇନ ବ୍ଲୁ ପାଇଁ ସେ ପ୍ରଥମ ଅନ୍ତର୍ଜାତୀୟ ଟି20 ମ୍ୟାଚ ଖେଳିଥିଲେ । ଭାରତ ପାଇଁ ଓଝା ଦୁଇଟି ଅନ୍ତର୍ଜାତୀୟ ଟି20 ମ୍ୟାଚ ଜିମ୍ବାୱେ ବିପକ୍ଷରେ ଖେଳିଛନ୍ତି । ଏହାପରେ ଭାରତୀୟ ସ୍କ୍ବାଡରୁ ବାଦ ପଡିଥିଲେ ।

ପରେ ଭାରତୀୟ ସୀମିତ ଓଭର ଟିମକୁ ଫେରିପାରିନଥିଲେ ନମନ ଓଝା । ମାତ୍ର 2015ରେ ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତରେ ଟେଷ୍ଟ ଡେବ୍ୟୁ କରିଥିଲେ । ରିଦ୍ଧିମାନ ଶାହା ଆହତ ହେବା ପରେ ତାଙ୍କ ସ୍ଥାନରେ ଓଝାଙ୍କୁ ସୁଯୋଗ ମିଳିଥିଲା ଓ ଉଭୟ ଇଂନିସରେ ଯଥାକ୍ରମେ 21 ଓ 35 ରନର ଇଂନିସ ଖେଳିଥିଲେ । ଶେହି ମ୍ୟାଚରେ ଭାରତ ବିଜୟୀ ମଧ୍ୟ ହୋଇଥିଲା ।

ତେବେ ସେହି ଏକମାତ୍ର ଟେଷ୍ଟ ମ୍ୟାଚରେ ହିଁ ଭାରତୀୟ ଟେଷ୍ଟ ଜର୍ସିରେ ନଜର ଆସିଥିଲେ ନମନ ।

ସ୍ବଳ୍ପ ଅନ୍ତର୍ଜାତୀୟ କ୍ୟାରିୟର ହୋଇଥିଲେ ମଧ୍ୟ ଘରୋଇ କ୍ରିକେଟରେ ସେ ପ୍ରଭାବୀ ରହିଛନ୍ତି । ରଣଜୀ ଟ୍ରଫିରେ 7861 ରନ ରହିଛି ତାଙ୍କ ନାମରେ । ଏହି ସ୍କୋର ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସର୍ବାଧିକ ରନ । ନିଜ ରାଜ୍ୟ ମଧ୍ୟପ୍ରଦେଶ ପାଇଁ ଖେଳି ସେ ୱିକେଟ ପଛରେ ୱିକେଟ କିପର ଭାବେ ରଣଜୀ ଟ୍ରଫିରେ 351 ଆଉଟ ମଧ୍ୟ ମଧ୍ୟ କରିଛନ୍ତି, ଯାହାକି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ ।

ଇଣ୍ଡିଆନ ପ୍ରିମିୟର ଲିଗରେ ଓଝା ଏକାଧିକ ଟିମ ପକ୍ଷରୁ ଖେଳିଛନ୍ତି । 2016 ଆଇପିଏଲ ଟ୍ରଫି ବିଜେତା ସନରାଇଜର୍ସ ହାଇଦ୍ରାବାଦ ଟିମର ବିଜୟୀ ସଦସ୍ୟ ରହିଛନ୍ତି । ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ(ପୂର୍ବର ଦିଲ୍ଲୀ ଡେୟାରଡେଭିଲ୍ସ) କ୍ୟାମ୍ପର ସଦସ୍ୟ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 15, 2021, 9:04 PM IST

ABOUT THE AUTHOR

...view details