ଓଡିଶା

odisha

ETV Bharat / sports

ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ପାଇଁ ଘୋଷଣା ହେବ ଭାରତୀୟ ଦଳ

ମଙ୍ଗଳବାର ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଚୟନ ହେବ। ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଜଶପ୍ରୀତ ବୁମରାହ ଓ ରବିଚନ୍ଦ୍ରନ ଅଶ୍ବିନ ଦଳରେ ସାମିଲ ହେବା ନେଇ ସଭିଙ୍ଗ ନଜର। ଅଧିକ ପଢ଼ନ୍ତୁ...

By

Published : Jan 18, 2021, 9:46 PM IST

Indian team will be announced for two Test match against England
ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ପାଇଁ ଘୋଷଣା ହେବ ଭାରତୀୟ ଦଳ

ନୂଆଦିଲ୍ଲୀ:ଜାନୁଆରୀ 19 ତାରିଖ(ମଙ୍ଗଳବାର) ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଚୟନ ହେବ। ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ନବନିଯୁକ୍ତ ସିନିୟର ଦଳ ଚୟନକର୍ତ୍ତା ଏହି ଦଳ ଚୟନ କରିବେ। ଭାରତୀୟ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ସନ୍ଧ୍ୟା 5ଟା ସୁ୍ଦ୍ଧା ଭାରତୀୟ ଦଳ ଘୋଷଣା ହୋଇପାରେ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଭାରତୀୟ ଦଳ ଚୟନ ବୈଠକ ବେଳେ ବିରାଟ କୋହଲି ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ନବନିଯୁ୍କ୍ତ ଚୟନକର୍ତ୍ତଙ୍କ ମଧ୍ୟରେ ଚେତନଶର୍ମାଙ୍କ ଛଡ଼ା ସୁନୀଲ ଜୋଶୀ, ଦେବାଶିଷ ମହାନ୍ତି, ହରବିନ୍ଦର ସିଂହ ଓ ଓବେ କୁରୁବିଲା ଉୁପସ୍ଥିତ ରହିବେ। ଫାଷ୍ଟ ବୋଲ ଜଶପ୍ରୀତ ବୁମରାହ ଓ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଦଳରେ ସାମିଲ ହୋଇପାରିବେ କି ତାହାରି ଉପରେ ନଜର ରହିବ। କାରଣ ଦୁଇ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଆହତ ହୋଇ ସାରିଛନ୍ତି।

ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଫେବ୍ରୁଆରୀ 9 ତାରିଖରେ ଖେଳିବ। ଏହାପରେ ଫେବ୍ରୁଆରୀ 13 ତାରିଖରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ବର୍ତ୍ତମାନ ଇଂଲଣ୍ଡ ଟିମ ଶ୍ରୀଲଙ୍କା ଗସ୍ତରେ ରହିଛି। 27 ତାରିଖରେ ଇଂଲଣ୍ଡ ଦଳ ଚେନ୍ନାଇରେ ପହଞ୍ଚିବ।

@ians

ABOUT THE AUTHOR

...view details