ନୂଆଦିଲ୍ଲୀ:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ରେ ଯୁବ ୱିକେଟ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କାହିଁକି ଦିଲ୍ଲୀ କ୍ୟାପିଟାଲ ସହ ହିଟ୍ ହୋଇଥିବା ବେଳେ ଭାରତୀୟ ଟିମ ପାଇଁ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ସେନେଇ ନିଜର ମତ ରଖିଛନ୍ତି ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ।
ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ ଥିବା କୈଫ ପନ୍ତଙ୍କୁ ଖୁବ ନିକଟରୁ ଦେଖିଛନ୍ତି ଓ କହିଛନ୍ତି ଯେ ଭାରତୀୟ ଦଳରେ ପନ୍ତଙ୍କ ବ୍ୟାଟିଂ ପୋଜିସନ ଟିମ ମ୍ୟାନେଜମେଣ୍ଟ ଦ୍ବାରା ସ୍ଥିର କରାଯାଇନାହିଁ ଯାହା କାରଣରୁ ସେ ଆଇପିଏଲରେ ଯେମିତି ପ୍ରଦର୍ଶନ କରନ୍ତି ସେମିତି କରି ପାରୁ ନାହାନ୍ତି ବୋଲି କୈଫ କହିଛନ୍ତି । ମାର୍ଚ୍ଚରେ କୋରୋନାଭାଇରସ ମହାମାରୀ କ୍ରିକେଟ ଉପରେ ରୋକ ଲଗାଇବା ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ଫର୍ମାଟରେ ପନ୍ତଙ୍କ ସ୍ଥାନରେ ୱିକେଟ କିପିଂ ଦାୟିତ୍ବ କେଏଲ ରାହୁଲ ନେଇଥିଲେ । ତାଙ୍କ ପ୍ରଦର୍ଶନ କାରଣରୁ ତାଙ୍କୁ ଟିମରି ବାଦ ଦିଆଯାଇଥିଲା ।
ତେବେ ସେ ଦୁଇଟି ଟେଷ୍ଟ ମ୍ୟାଚରେ ୱିକେଟ କିପିଂ କରିଥିଲେ ଯାହା କେନ ୱିଲିୟମସନଙ୍କ ଟିମ ଠାରୁ ହାରିଯାଇଥିଲା ଭାରତ ।