ଓଡିଶା

odisha

ETV Bharat / sports

ବିଶ୍ବକପ ପାଇଁ ଆଜି ଭାରତୀୟ ଦଳ ଘୋଷଣା

ଆଜି ଅପରାହ୍ଣ 3ଟାରେ ଘୋଷଣା ହେବ 15 ଜଣିଆ ଭାରତୀୟ ଦଳ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Apr 15, 2019, 9:48 AM IST

Updated : Apr 15, 2019, 10:23 AM IST

ହାଇଦ୍ରାବାଦ: ଆଉ ଅଳ୍ପ ସମୟ ବାକି । ଆଜି ଅପରାହ୍ଣ 3ଟାରେ ଘୋଷଣା ହେବ 15 ଜଣିଆ ଭାରତୀୟ ଦଳ । କାହାକୁ ମିଳିବ ଇଂଲଣ୍ଡ ଟିକେଟ । କିଏ ପାଇବ ଦଳରେ ସ୍ଥାନ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଉ କିଛି ସମୟ ପରେ ମିଳିଯିବ । ତେବେ ରେକର୍ଡ ଓ ଅଙ୍କ ଗଣତି ହିସାବରେ ଏମିତି ହୋଇପାରେ 15 ଜଣିଆ ଭାରତୀୟ ଦଳ ।

ଓପନିଂ ଯୋଡି ଶିଖର ଧୱନ ଓ ରୋହିତ ଶର୍ମା । ବ୍ୟାକ ଅପ ଓପନର କେଏଲ ରାହୁଲ । 3ୟ ସ୍ଥାନରେ ଖୋଦ ଅଧିନାୟକ ବିରାଟ କୋହଲି । ଚତୁର୍ଥ ସ୍ଥାନରେ କେଦାର ଯାଦବ । 5ମ ସ୍ଥାନରେ ଏମଏସ ଧୋନି( ୱିକେଟ କିପର/ବ୍ୟାଟ୍ସମ୍ୟାନ) । ସେହିପରି ବ୍ୟାକଅପ ୱିକେଟ କିପର ଦିନେଶ କାର୍ତ୍ତିକ । ଷଷ୍ଠ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେହିପରି ବ୍ୟାକ ଅଫ ଅଲରାଉଣ୍ଡର ତଥା ପେସର ବିଜୟ ଶଙ୍କର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପେସ ବୋଲିଂ ତାଲିକାରେ ସପ୍ତମ ସ୍ଥାନରେ ଭୁବନେଶ୍ବର କୁମାର । 8ମ ସ୍ଥାନରେ ଯଶପ୍ରୀତ ବୁମରା, 9ମ ସ୍ଥାନରେ ମହମ୍ମଦ ସାମି ରହିପାରନ୍ତି । ସେହିପରି ବୋଲିଂ ବିଭାଗ ସମ୍ପୂର୍ଣ୍ଣ କୁଳଚାଙ୍କ ଯୋଡି ପାଖେର ରହିବ । ଅର୍ଥାତ 10ମ ସ୍ଫଟଟି କୁଳଦୀପ ଯାଦବ । 11ତମ ସ୍ପଟଟି ୟୁଜୁବେନ୍ଦ୍ର ଚହଳ ପାଇବେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହିଭଳି ଭାବରେ 11ଟି ସ୍ପଟରେ ଫିକ୍ସ ରହିଲେ 14ଜଣ ଖେଳାଳି । ବାକି ରହିଲା ଗୋଟିଏ ସ୍ଥାନ । ଯେଉଁଠି କମିଟି ରବୀନ୍ଦ୍ର ଜାଡେଜାଙ୍କୁ ଦେଖିପାରେ ଅଥବା ଆଉ ଏକ ବ୍ୟାକ ଅପ ପେସର ନେବାକୁ ଚିନ୍ତା କରିପାରେ । ତେଣୁ କିଏ ହେବ ସେହି ବ୍ୟାକ ଅପ ପେସର ତାହାକୁ ଅପେକ୍ଷା ।

ସମ୍ଭାବ୍ୟ-15:

1.ଶିଖର ଧୱନ
2.ରୋହିତ ଶର୍ମା
3.ବିରାଟ କୋହଲି
4.କେଦାର ଯାଦବ
5.ଏମଏସ ଧୋନି( ୱିକେଟ କିପର ବ୍ୟାଟ୍ସମ୍ୟାନ )
6.ହାର୍ଦିକ ପାଣ୍ଡ୍ୟା (ଅଲରାଉଣ୍ଡର)
7.ଭୁବନେଶ୍ବର କୁମାର
8.ଯଶପ୍ରୀତ ବୁମରା
9.ମହମ୍ମଦ ସାମି
10.କୁଳଦୀପ ଯାଦବ
11.ୟୁଜୁବେନ୍ଦ୍ର ଚହଳ
12.ଦିନେଶ କାର୍ତ୍ତିକ (ବ୍ୟାକଅପ ୱିକେଟ କିପର)
13.କେଏଲ ରାହୁଲ (ବ୍ୟାକ ଅପ ଓପନର)
14.ବିଜୟ ଶଙ୍କର (ବ୍ୟାକ ଅଫ ଅଲରାଉଣ୍ଡର)
15.ରବୀନ୍ଦ ଜାଡେଜା (ବ୍ୟାକ ଅଫ ଅଲରାଉଣ୍ଡର)

Last Updated : Apr 15, 2019, 10:23 AM IST

For All Latest Updates

ABOUT THE AUTHOR

...view details