ମେଲବର୍ଣ୍ଣ:ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ଖେଳିବେ ଜଣେ ଭାରତୀୟ । ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ଅଷ୍ଟ୍ରେଲିଆ ସ୍କ୍ବାଡ ଘୋଷଣା ହୋଇଛି । ଘୋଷିତ ସ୍କ୍ବାଡରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ ରହିଛନ୍ତି । ଯୁବ ଲେଗସ୍ପିନର ତନବୀର ସଂଘା ହେଉଛନ୍ତି ସେହି ଖେଳାଳି ।
ପ୍ରାୟ 12 ମାସ ପୂର୍ବରୁ 19 ବର୍ଷରୁ କମ ବିଶ୍ବକପରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିନିଧିତ୍ବ କରିସାରିଛନ୍ତି ତନବୀର । ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ 15 ୱିକେଟ ସହ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।
ସିଡନୀରେ ରହୁଥିବା ଜୋଗା, ବର୍ଷ 1997ରେ ପଞ୍ଜାବର ଜଳନ୍ଧର ନିକଟସ୍ଥ ଏକ ଗ୍ରାମ ରହୀମପୁର କଳା ସଙ୍ଘିଆନରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ ।