ଓଡିଶା

odisha

ETV Bharat / sports

ଜାନୁଆରୀ 27ରେ ଚେନ୍ନାଇରେ ପହଞ୍ଚିବେ ଭାରତୀୟ କ୍ରିକେଟର - ଏମ. ଚିଦାମ୍ବରମ ଷ୍ଟାଡିୟମ

ଜାନୁଆରୀ 27ରୁ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବେ ଉଭୟ ଭାରତ ଓ ଇଂଲଣ୍ଡ ଖେଳାଳି । ଅଧିକ ପଢନ୍ତୁ...

Indian cricketers to assemble in Chennai on Jan 27
ଜାନୁଆରୀ 27ରେ ଚେନ୍ନାଇରେ ପହଞ୍ଚିବେ ଭାରତୀୟ କ୍ରିକେଟର

By

Published : Jan 23, 2021, 6:57 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସମସ୍ତ ସଦସ୍ୟ ଜାନୁଆରୀ 27ରେ ଚେନ୍ନାଇରେ ପହଞ୍ଚିବେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଫେବୃଆରୀ 5ରେ ଏମ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।

ଦେଶର ବିଭିନ୍ନ ସହରରୁ ଖେଳାଳିମାନେ ପୃଥକ ବ୍ୟାଚରେ ଚେନ୍ନାଇ ପହଞ୍ଚିବେ ଓ ଜାନୁଆରୀ 27ରୁ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବେ । ଗୋଟିଏ ସପ୍ତାହ ଧରି ସମସ୍ତ ସଦସ୍ୟ କ୍ବାରେଣ୍ଟିନରେ ରହିବେ । ଯେଉଁଠାରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ସିରିଜ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ଇଂଲଣ୍ଡ ଟିମ ମଧ୍ୟ ଜାନୁଆରୀ 27ରୁ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ । ଗାଲେଠାରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ଜାନୁଆରୀ 26ରେ ଶେଷ ହେବ । ଏହାପରେ ଭାରତରେ ପହଞ୍ଚିବା ଜୋ ରୁଟଙ୍କ ଟିମ । ତେବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ଓପନର ରରି ବର୍ଣ୍ଣସ ପୂର୍ବରୁ ଭାରତରେ ପହଞ୍ଚିବେ । କାରଣ ଏହି ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ଇଂଲଣ୍ଡ ସ୍କ୍ବାଡରେ ନାହାନ୍ତି । ଇଂଲଣ୍ଡରୁ ସିଧାସଳଖ ଏହି ଖେଳାଳି ବାରତ ପହଞ୍ଚିବାର ସୂଚନା ରହିଛି ।

ମ୍ୟାଚ ଅଧିକାରୀଙ୍କ ସହ ଉଭୟ ଟିମ ଚେନ୍ନାଇର ଲୀଲା ପ୍ୟାଲେସରେ ପହଞ୍ଚିବେ ।

ଭାରତୀୟ ଟିମ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ(ଭାଇସ-କ୍ୟାପଟେନ), କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ରିଦ୍ଧିମାନ ଶାହା(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଅକ୍ସର ପଟେଲ, ୱାସିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ।

ନେଟ ବୋଲର: ଅଙ୍କିତ ରାଜପୁତ, ଅଭେଶ କାନ, ସନ୍ଦୀପ ୱାରିୟର, କ୍ରୀଷ୍ଣାପ୍ପା ଗୋୱଥାମ, ସୌରଭ କୁମାର ।

ଷ୍ଟାଣ୍ଡବାଏ ଖେଳାଳି:କେଏସ ଭାରତ, ଅଭିମନ୍ୟୁ ଏସୱାରନ, ସାହବାଜ ନଦୀମ, ରାହୁଲ ଚହର, ପ୍ରିୟଙ୍କ ପଞ୍ଚଲ ।

ଫେବୃଆରୀ 5ରୁ ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବ । ଚେନ୍ନାଇରେ ଫେବୃଆରୀ 5-9 ପ୍ରଥମ ଟେଷ୍ଟ ଖେଳାଯିବ । ଦ୍ବିତୀୟ ଟେଷ୍ଟ ଫେବୃଆରୀ 13ରୁ 17 ସମାନ ଭେନ୍ୟୁରେ ଖେଳାଯିବ । ପରେ ତୃତୀୟ ଓ ଚତୁର୍ଥ ଟେଷ୍ଟ ଫେବୃଆରୀ 24ରୁ28 ଓ ମାର୍ଚ୍ଚ 4-8 ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ ।

ପରେ ଅହମ୍ମଦାବାଦରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୁନେରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details