ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଟି20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି । କୋରୋନା କାରଣରୁ ୟୁଏଇରେ ଖେଳାଯାଇଥିବା ଆଇପିଏଲ 13ରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି ।
ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ, ଇଶାନ୍ତ କିଶନ, ଓ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରାହୁଲ ତେୱାତିଆଙ୍କୁ ସ୍ଥାନ ମିଳିଛି ।
ତେବେ ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳରେ ଚୟନ ହୋଇନଥିଲେ । ଏହାପରେ ହରଭଜନ ସିଂଙ୍କ ସମେତ ଅନ୍ୟ ପୂର୍ବତନ ଖେଳାଳି ପ୍ରଶ୍ନ ଉଠେଇଥିଲେ । ତେବେ ଗତକାଲି ପ୍ରଥମଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଦଳରେ ସାମିଲ କରାଯାଇଛି । ଏହାପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
30 ବର୍ଷୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଏଯାଏଁ 170 ଟି-20 ମ୍ୟାଚ ଖେଳିଛନ୍ତି ଓ 140.10ର ଷ୍ଟ୍ରାଇକ୍ରେଟ୍ରେ 3567ରନ୍ କରିଛନ୍ତି । ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିଲେ ।