ଓଡିଶା

odisha

By

Published : Dec 6, 2020, 5:18 PM IST

Updated : Dec 6, 2020, 6:00 PM IST

ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ ଜିତିଲା ଟିମ ଇଣ୍ଡିଆ

India won 2nd T20 and seal three match t20 series 2-0 Vs Australia
ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ଜିତିଲା ଟିମ ଇଣ୍ଡିଆ

17:13 December 06

ଅଷ୍ଟ୍ରେଲିଆ ବିପକ୍ଷରେ ଟି-20 ସିରିଜ ଜିତିଲା ଟିମ ଇଣ୍ଡିଆ

ସିଡନୀ: ଟି-20 ସିରିଜ ଜିତି ଦିନିକିଆ ସିରିଜର ବଦଲା ନେଲା ଭାରତ । ସିଡନୀରେ ରବିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି-20 ମ୍ୟାଚକୁ 6 ୱିକେଟରେ ଜିତିନେଇଛି ଭାରତୀୟ ଦଳ । ଶେଷ 6ଟି ବଲରୁ ବିଜୟ ପାଇଁ 14 ରନ ଆବଶ୍ୟକ କରୁଥିଲା ଭାରତ । ନିଜର ଆଇପିଏଲ ଫର୍ମକୁ ବଳବତ୍ତର ରଖିବା ସହ ଆକ୍ରମଣାତ୍ମକ ଢଙ୍ଗରେ ଛକା ମାରି ବିଜୟ ଭେଟି ଦେଇଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।  195 ରନର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ହାସଲ କଲା ବିରାଟ ବାହିନୀ । ଛକା ମାରି ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା ।  3 ଟିକିଆ ଟି-20 ସିରିଜରେ 2-0ରେ ଆଗୁଆ ଭାରତ । 

ଟସ ଜିତି କୋହଲି ଘରୋଇ ଟିମକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିବାପରେ, ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 194 ରନ ସଂଗ୍ରହ କରିଥିଲା ଅଷ୍ଟ୍ରେଲିଆ । ତେବେ ଏହା ଭାରତୀୟ ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ ସାମ୍ନାରେ ପର୍ଯ୍ୟାପ୍ତ ନଥିଲା । ପ୍ରଥମରୁ ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ଲୋକେଶ ରାହୁଲ ଯତ୍ନର ସହ ଖେଳିଥିଲେ । 

ପରେ ଦ୍ରୁତ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କ ମଧ୍ୟରେ 56 ରନର ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ତେବେ ପ୍ରଥମ ଖେଳାଳି ଭାବେ ରାହୁଲ 30 ରନ କରି ଆଉଟ ହେବାପରେ, ଧାୱନ ଓ କ୍ୟାପଟେନ ବିରାଟ କୋହଲି ଦ୍ରୁତ ରନ ସଂଗ୍ରହ ହାରକୁ ଜାରି ରଖିଥିଲେ । ଧାୱନ 36 ବଲରୁ 4ଟି ଚୌକା ଓ 2ଟି ଛକା ସହାୟତାରେ 52 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । 

କୋହଲି 24 ବଲରୁ ଧୁଆଁଧାର 40 ରନର ଇଂନିସ ଖେଳିଥିଲେ । ସଞ୍ଜୁ ସାମସନ 10 ବଲରୁ 15 ଓ ଶ୍ରେୟସ ଆୟର 5 ବଲରୁ 12 ରନର ଉପଯୋଗୀ ଯୋଗଦାନ କରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 22 ବଲରୁ 3 ଚୌକା ଓ 2 ଛକା ସହାୟତାରେ ବିସ୍ଫୋରକ 42 ରନର ଇଂନିସ ଖେଳି ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ । ମ୍ୟାଚ ବିଜୟୀ ଇଂନିସ ପାଇଁ ପାଣ୍ଡ୍ୟା ପ୍ଲେଆର ଅଫ ଦ ମ୍ୟାଚ ମଧ୍ୟ ହୋଇଛନ୍ତି ।  

ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ସାମ୍ସ , ଆଣ୍ଡ୍ରିୟୁ ଟାଇ, ମିଚେଲ ସ୍ବିପସନ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2020, 6:00 PM IST

ABOUT THE AUTHOR

...view details