ଓଡିଶା

odisha

By

Published : Mar 7, 2021, 12:58 PM IST

ETV Bharat / sports

ଭାରତ-ଦ.ଆଫ୍ରିକା, ପ୍ରଥମ ଦିନିକିଆ: ଦ.ଆଫ୍ରିକାକୁ 178ରନ୍‌ର ଟାର୍ଗେଟ ଦଲା ମିତାଲି ବାହିନୀ

5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅତିଥି ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 177ରନ୍‌ କରିଛି ।

ଭାରତ-ଦ.ଆଫ୍ରିକା, ପ୍ରଥମ ଦିନିକିଆ: ଦ.ଆଫ୍ରିକାକୁ  178ରନ୍‌ର ଟାର୍ଗେଟ ଦଲା ମିତାଲି ବାହିନୀ
ଭାରତ-ଦ.ଆଫ୍ରିକା, ପ୍ରଥମ ଦିନିକିଆ: ଦ.ଆଫ୍ରିକାକୁ 178ରନ୍‌ର ଟାର୍ଗେଟ ଦଲା ମିତାଲି ବାହିନୀ

ଲକ୍ଷ୍ନୌ:ଭାରତ-ଦ.ଆଫ୍ରିକା ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦିନିକିଆ ସିରିଜ । 5ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅତିଥିଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 177ରନ୍‌ କରିଛି ।

କ୍ୟାପଟେନ ମିତାଲି ରାଜ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି । ଏହା ତାଙ୍କ କ୍ୟାରିୟରର 54ତମ ଅର୍ଦ୍ଧଶତକ ଇଂନିସ । ସେହିପରି ଦଳ ପକ୍ଷରୁ ଜେମିମା 1, ସ୍ମୃତି ମାନ୍ଧନା 14, ପୁନମ 10, ହରମନପ୍ରୀତ କୌର 40, ଦୀପ୍ତି 27, ସୁଷମା 1, ଝୁଲଣ 4, ମୋନିକା 4, ପୁନମ ଯାଦବ 9*ରନ୍‌ କରିଛନ୍ତି ।

ଦ.ଆଫ୍ରିକା ପକ୍ଷରୁ ଶବ୍ନିମ ଇସମାଲମ ସର୍ବାଧିକ 3ଟି ଓ୍ବିକେଟ ହାତେଇଥିବାବେଳେ ନନ୍‌କୁଲୁଲେକୋ 2, ମାରିଜାନେ, ସୁନେ ଓ ଆୟୋବୋଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ABOUT THE AUTHOR

...view details