ଓଡିଶା

odisha

By

Published : Oct 30, 2019, 8:07 PM IST

ETV Bharat / sports

‘ପିଙ୍କ ବଲରେ ଭଲ ପ୍ରଦର୍ଶନ କରିବ ଭାରତ’

ଦିବାରାତ୍ର ଟ୍ରଷ୍ଟରେ ଭଲ ପ୍ରଦର୍ଶନ କରିବ ଭାରତ । ପୂର୍ବରୁ ଅନେକ ଦିବାରାତ୍ର ଏକ ଦିବସୀୟ ମ୍ୟାଚ ଓ ଆଇପିଏଲ ଖେଳିଥିବାରୁ ଭାରତ ଏହି ଟେଷ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପିଙ୍କ ବଲରେ ଭାରତ ରହିବ ଫେଭରିଟ । ଇଡେନ ଗାର୍ଡେନରେ ହେବାକୁ ଥିବା ଦିବାରାତ୍ର ଟ୍ରଷ୍ଟରେ ଭାରତ ଦେଖାଇବ ଜଲୱା । ଯେପରି ଟେଷ୍ଟ ମ୍ୟାଚରେ ବିପକ୍ଷ ଦଳକୁ ମାତ ଦେଉଥିଲା ସେହି ଅନୁସାରେ ପିଙ୍କ ବଲରେ ମଧ୍ୟ ବାଂଲାଦେଶକୁ ମାତ ଦେବ ଟିମ ଇଣ୍ଡିଆ ।

କାରଣ ପୂର୍ବରୁ ଅନେକ ଦିବାରାତ୍ର ଏକ ଦିବସୀୟ ମ୍ୟାଚ ଖେଳି ସାରିଛି ଭାରତ । ତାହାଛଡା ଆଇପିଏଲରେ ମଧ୍ୟ ଭାରତୀୟ ଖେଳାଳି ଅନେକ ରେକର୍ଡ କରିସାରିଛନ୍ତି। କେବଳ କଥା ହେଉଛି ପିଙ୍କ ବଲ । ତେବେ ଏହି ବଲରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିବ। କାରଣ ଭାରତରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି । ଯାହାକୁ ଆଧାର କରି ଭାରତ ଏହି ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ରୀଡାବିତ ପବନ ଅଗ୍ରୱାଲ।

ଏହାଛଡା ବିସିସିଆଇର ଏହି ନିଷ୍ପତ୍ତି ଗ୍ରହଣଯୋଗ୍ୟ । ପୂର୍ବରୁ 2018 ମସିହାରେ ଭାରତ ସହ ଦିବରାତ୍ର ଟେଷ୍ଟ ମ୍ୟାଚ ପାଇଁ ଅଷ୍ଟ୍ରେଲିଆ ବୋର୍ଡ ଇଚ୍ଛା ପ୍ରକାଶ କରିଥିଲା। ହେଲେ ସେ ସମୟରେ ବିସିସିଆଇ ଏହି ଦିଗରେ ସହମତି ପ୍ରକାଶ କରିନଥିଲେ । ତେବେ ଵର୍ତ୍ତମାନ ନୂଆ ବିସିସିଆଇ ବସ ଆସିବା ପରେ ସବୁ କିଛି ସମ୍ଭବ ବୋଲି ସେ କହିଛନ୍ତି।

‘ପିଙ୍କ ବଲରେ ଭଲ ପ୍ରଦର୍ଶନ କରିବ ଭାରତ’

ଅନ୍ୟପଟେ ବିପକ୍ଷ ବାଂଲାଦେଶକୁ ମଧ୍ୟ କମଜୋର ମନେକରିବା ଉଚିତ ନୁହେଁ । କାରଣ ବିଶ୍ବକପରେ ସେହି ଯୁବ ଟିମ ସୁନ୍ଦର ଖେଳ ପ୍ରଦର୍ଶନ କରିସାରିଛି। ବର୍ତ୍ତମାନ ସକିବ ଉଲ ହସନ ଟିମରେ ନାହାନ୍ତି। ଟିମ ଇଣ୍ଡିଆ ଯେପରି ସବୁ ଦଳ ପ୍ରତି ଯେଉଁ ମନୋଭାବ ନେଇ ଖେଳ ପ୍ରଦର୍ଶନ କରେ ସେହି ଅନୁପାତରେ ବାଂଲାଦେଶ ସହ ଖେଳିବା ଦରକାର । କାରଣ ଏହି ଟିମ ଛୋଟ ନୁହେଁ । ଯାହାକୁ ଏତେ ହାଲୁକାରେ ନେଇ ହେବ ବୋଲି ସେ ଦର୍ଶାଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details