କଟକ: ଆସନ୍ତା ଡିସେମ୍ବର 22 ତାରିଖରେ ବାରବାଟୀରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚ । ତେବେ ପ୍ରସ୍ତୁତି କାମ ସାରିବାକୁ ଓସିଏ ପାଖରେ ରହିଛି ସ୍ବଳ୍ପ ସମୟ । ମାତ୍ର ଏଯାଏଁ ଆରମ୍ଭ ହୋଇନି ଷ୍ଟାଡିୟମର ପ୍ରସ୍ତୁତି କାମ । ତେବେ ଓସିଏ କାର୍ଯ୍ୟକାରୀ ଅଧ୍ୟକ୍ଷ ଧୀରେନ ପଲେଇ କହିଛନ୍ତି ପ୍ରସ୍ତୁତି କାମ ବିଳମ୍ବ ହେଲେ ମଧ୍ୟ ମ୍ୟାଚ ହେବା ପକ୍କା ।
ଷ୍ଟାଡିୟମର ଏବେ ମୁଖ୍ୟ ସମସ୍ୟା ରହିଛି ଫ୍ଲଡ ଲାଇଟ । ଫନି ବାତ୍ୟାରେ ଷ୍ଟାଡିୟମର ସମସ୍ତ ଲାଇଟ ଖରାପ ହୋଇଯାଇଥିବା ବେଳେ କିଛି ଷ୍ଟାଣ୍ଡରୁ ଲାଇଟ ମଧ୍ୟ ଉଡିଯାଇଛି । ସେହିପରି ପ୍ରେସ ଗ୍ୟାଲେରୀ ମଧ୍ୟ ଫନି ବତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।