ଓଡିଶା

odisha

ETV Bharat / sports

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ - MA Chidambaram Stadium, Chennai

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ । ମ୍ୟାଚଟି ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।

Chennai
ଡିଜାଇନ ଫଟୋ

By

Published : Dec 15, 2019, 12:57 PM IST


ଚେନ୍ନାଇ: ଆଜି ଭାରତ ଓ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଜିର ଏହି ମ୍ୟାଚରେ ପିଚ ଧୀମା ରହିବା ସମ୍ଭାବନା ରହିଛି । ଗତ 48 ଘଣ୍ଟା ମଧ୍ୟରେ ସେଠାରେ ସାମାନ୍ୟ ବର୍ଷା ହୋଇଥିବା ଦେଖାଯାଇଛି । ତେବେ ଆଜିର ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭାରତର ନିୟମିତ ଓପନର ଶିଖର ଧାୱନ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଫଳରେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାଯାଇଛି । ହେଲେ ରୋହିତ ଶର୍ମାଙ୍କ ସହ କେଏଲ ରାହୁଲଙ୍କୁ ଓପନିଂ କରିବାର ସୁଯୋଗ ମିଳିପାରେ । ସେହିପରି ଭୁବନେଶ୍ବର କୁମାରଙ୍କ ବଦଳରେ ସାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ କରାଯାଇପାରେ । ଭାରତ ଏହି ପିଚରେ ଦୁଇ ଜଣ ବିଶେଷଜ୍ଞ ପେସରଙ୍କୁ ଖେଳାଇପାରେ ।

ସେହିପରି ୱେଷ୍ଟଇଣ୍ଡିଜ ପକ୍ଷରୁ ଗତ ଟି-20 ସିରିଜରେ ଆହତ ହୋଇଥିବା ଇଭିନ ଲୁଇସଙ୍କୁ ନେଇ ଆଶଙ୍କା କରାଯାଉଛି । ଚୂଡାନ୍ତ ଏକାଦଶରେ ତାଙ୍କ ସ୍ଥାନରେ ବ୍ରେଣ୍ଡନ କିଙ୍ଗକୁ ଦିଆଯିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), କେଦାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଦୀପକ ଚହର ଓ ମହମ୍ମଦ ସାମି ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ ଦଳ: କାଇରଣ ପୋଲାର୍ଡ (କ୍ୟାପଟେନ), ନିକୋଲାସ ପୋରନ(ୱିକେଟ କିପର), ଇଭିନ ଲୁଇସ, ସାଇ ହୋପ, ସିମ୍ରନ ହେଟମାୟର, ରାଷ୍ଟନ ଚେଜ, ଜାସନ ହୋଲଡର, ସେଲଡନ କାଟରେଲ, ରୋମାରିଓ ସେଫାର୍ଡ, ହାୟଡେନ ୱାର୍ଲ୍ସ ଓ ଆଲଜାରି ଜୋସେଫ ।

ABOUT THE AUTHOR

...view details