ଓଡିଶା

odisha

ETV Bharat / sports

ବଦଳିବ ବାରବାଟୀର ଚିତ୍ର, ଅଢେଇ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ - barabati cuttack

ଅଢେଇ ବର୍ଷ ପରେ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଆଉ ଏନେଇ ତତ୍ପର ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମ କାମ ।

ବାରବାଟୀ ଦିନିକିଆ

By

Published : Nov 24, 2019, 12:00 AM IST

କଟକ: ବାରବାଟି ଷ୍ଟାଡିୟମରେ ଡିସେମ୍ବର 22ରେ ଖେଳାଯିବ ଭାରତ ବନାମ ୱେଷ୍ଟେଇଣ୍ଡିଜ ଏକଦିବସୀୟ ମୁକାବିଲା । ଯେଉଁଥି ପାଇଁ ଫ୍ଲଡ଼ ଲାଇଟଠୁ ଆରମ୍ଭ କରି ଷ୍ଟାଡିୟମର ପ୍ରତ୍ୟେକ କାମକୁ ତ୍ୱରିତ ଢ଼ଙ୍ଗରେ ସମ୍ପାଦନ କରୁଛି ଓସିଏ । ବିସିସିଆଇ ପକ୍ଷରୁ ଫଣ୍ଡ ଆସିବା ପରେ ବାରବାଟିକୁ 15 ଦିନ ମଧ୍ୟରେ ନୂଆ ଲୁକ ଦେବାକୁ ଲକ୍ଷ୍ୟ ରଖିଛି ଓସିଏ ।

ବଦଳିବ ବାରବାଟୀର ଚିତ୍ର

ବିଗ୍ ଫାଇଟ ଦେଖିବେ କ୍ରିକେଟ ଫ୍ୟାନ୍ସ । ପାଖେଇ ଆସୁଛି ତାରିଖ, ବଢୁଛି ଉତ୍କଣ୍ଠା। ଅଢେଇ ବର୍ଷ ପରେ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଆଉ ଏନେଇ ତତ୍ପର ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମ କାମ ।

ଅନ୍ୟପଟେ ଶନିବାର ଷ୍ଟାଡିୟମ ଗସ୍ତରେ ଆସି ସମସ୍ତ ବିଭାଗକୁ ପରଖିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ । ଏହି ମେଗା ଇଭେଣ୍ଟ କମିଶନରେଟ ପୋଲିସ ପାଇଁ ବିଗ ଚ୍ୟାଲେଞ୍ଜ । କାରଣ 2015 ଭାରତ ଦକ୍ଷିଣ ଆଫ୍ରିକା ଟି-20ରେ ସାମ୍ନକୁ ଆସିଥିଲା ବାରବାଟୀ ଲଜ୍ଜା । ପଡିଆରେ ପ୍ରସଂଶକଙ୍କ ବୋତଲ ଫିଙ୍ଗା ଘଟଣା ପାଇଁ କ୍ରିକେଟ ଇତିହାସରେ ନିନ୍ଦିତ ହୋଇଥିଲା ଓଡିଶା । ସେହିପରି 2017ରେ ବ୍ଲାକ ଟିକେଟ ବିକ୍ରି ମଧ୍ୟ ଥିଲା ଅନ୍ୟତମ ଘଟଣା । ଫଳରେ ଏହି ସବୁ ଦିଗକୁ ନଜର ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ଲକ୍ଷ୍ୟରେ କମିଶନରେଟ ପୋଲିସ ।

ତେବେ ଅପେକ୍ଷା ଓସିଏର ନୂଆ ଟିମ କେତେ ସଫଳତାର ସହ ଆୟୋଜନ କରୁଛି ଏହି ବହୁପ୍ରତିକ୍ଷୀତ ମ୍ୟାଚକୁ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details