ହାଇଦ୍ରାବାଦ: ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ଟି-20 ଓ ଦିନିକିଆ ସିରିଜ ଜିତିବା ପରେ ଟେଷ୍ଟ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତେବେ 2ୟ ଟେଷ୍ଟରେ ୱିକେଟକିପର ରିଷଭ ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିବା ଉଚିତ । ଏହା କହିଛନ୍ତି 1983 ବିଶ୍ବକପ ବିଜୟ ଟିମର ସଦସ୍ୟ ତଥା ପୂର୍ବତନ ଭାରତୀୟ ୱିକେଟକିପର ସାୟଦ କିରମାଣି । ପନ୍ତ ମ୍ୟାଚର ଉଭୟ ଇଂନିସରେ ବିଫଳ ହୋଇଛନ୍ତି ।
WI vs IND 2ୟ ଟେଷ୍ଟ: ରିଷଭଙ୍କ ସ୍ଥାନରେ ରିଦ୍ଧିମାନ ! - ଇଶାନ୍ତ ଶର୍ମା
ଭାରତୀୟ-ୱେଷ୍ଟଇଣ୍ଡିଜ 2ୟ ଟେଷ୍ଟରେ ୱିକେଟକିପର ରିଷଭ ପନ୍ତଙ୍କ ସ୍ଥାନରେ ରିଦ୍ଧିମାନ ଶାହାଙ୍କୁ ସୁଯୋଗ ମିଳିବା ଉଚିତ । ଏହା କହିଛନ୍ତି 1983 ବିଶ୍ବକପ ବିଜୟ ଟିମର ସଦସ୍ୟ ତଥା ପୂର୍ବତନ ଭାରତୀୟ ୱିକେଟକିପର ସାୟଦ କିରମାଣି ।
ଡିଜାଇନ ଫଟୋ
ପ୍ରଥମ ଟେଷ୍ଟରେ ସହଜ ବିଜୟ ହାସଲ କରିଛି ଭାରତ । ରାହେଣେଙ୍କ ଦମଦାର ଶତକ, କୋହଲି ଓ ହନୁମା ବିହାରୀଙ୍କ ଧୈଯ୍ୟପୂର୍ଣ୍ଣ ପାଳି ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପର ପ୍ରମାଣ ଦେଇଥିଲା ।
ତେବେ ବିଜୟର ହିରୋ 2 ପେସ ବୋଲର ବୁମରା ଓ ଇଶାନ୍ତ ଶର୍ମା ରହିଥିଲେ । ପ୍ରଥମ ଇନିଂସରେ ଇଶାନ୍ତ 6ଟି ୱିକେଟ ଓ 2ୟ ଇଂନିଂସରେ ବୁମରା 5ଟି ୱିକେଟ ନେଇ ଭାରତକୁ ସହଜ ବିଜୟ ଦେଇଥିଲେ ।