ଓଡିଶା

odisha

ETV Bharat / sports

ଦଲାଲଙ୍କ କବଜାରେ ବାରବାଟୀ ମ୍ୟାଚ ଟିକେଟ ! - ଓସିଏର ଅନଲାଇନ ଟିକେଟ

ବାରବାଟୀରେ ଖେଳା ଯିବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଟିକେଟ କିଛି ଘରୋଇ ୱେବସାଇଟରେ ଚଢାଦରରେ ବିକ୍ରି ହେଉଥିବା ଖବର ମିଳିଛି । ଫଳରେ ଓସିଏର ଅନଲାଇନ ଟିକେଟ ବିକ୍ରି ସ୍ବଚ୍ଛ୍ୱତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ...

ବାରବାଟୀ ମ୍ୟାଚ ଟିକେଟ
ବାରବାଟୀ ମ୍ୟାଚ ଟିକେଟ

By

Published : Dec 17, 2019, 9:12 PM IST

Updated : Dec 17, 2019, 10:11 PM IST

ଭୁବନେଶ୍ବର: ଅନଲାଇନରେ ଏବେବି ମିଳୁଛି ଭାରତ-ୱେଷ୍ଟଇଣ୍ଡିଜ 3ୟ ଦିନିକିଆ ମ୍ୟାଚ ଟିକେଟ । ବାରବାଟୀ ଦିନିକିଆ ପାଇଁ ଓସିଏ ପକ୍ଷରୁ ଜାରି ହୋଇଥିଲା 2ଟି ୱେବସାଇଟ(www.paytm.com , www.insider.in) । ତେବେ ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ ଦିନରେ ୱେବସାଇଟ ଜାମ ରହିଥିଲା । ତେବେ ମାତ୍ର 1ଘଣ୍ଟା ପାଇଁ ୱେବସାଇଟ ଖୋଲିବା ପରେ ସବୁ ଟିକେଟ ଉଭାନ ହୋଇଯାଇଥିଲା ।

ବାରବାଟୀ ମ୍ୟାଚ ଟିକେଟ କଳାବଜାରି

ତେବେ ବର୍ତ୍ତମାନ ବିଭିନ୍ନ ଘରୋଇ ୱେବସାଇଟରେ ମିଳୁଛି ମ୍ୟାଚ ଟିକେଟ । olx ଭଳି ଘରୋଇ ୱେବସାଇଟରେ ଦୁଇ ଗୁଣା ଦରରେ ଟିକେଟ ବିକ୍ରି କରୁଛନ୍ତି ଦଲାଲ । ଟିକେଟର ପ୍ରକୃତ ମୂଲ୍ୟଠାରୁ ଚଢାଦରରେ ଏହି ୱେବସାଇଟରେ ଟିକେଟ ବିକ୍ରି ଦେଖିବାକୁ ମିଳିଛି । ଏହି ୱେବସାଇଟରୁ ଅନେକ ଦର୍ଶକ ଟିକେଟ କିଣୁଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ହକି ବିଶ୍ବକପରେ ଟିକେଟ କଳାବଜାରି କଥା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣା ପରେ ଓସିଏର ଅନଲାଇନ ଟିକେଟ ବିକ୍ରି ସ୍ବଚ୍ଛ୍ୱତାକୁ ନେଇ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Dec 17, 2019, 10:11 PM IST

ABOUT THE AUTHOR

...view details