ଓଡିଶା

odisha

ETV Bharat / sports

ବାରବାଟୀ ଦିନିକିଆ: ବିସିସିଆଇକୁ ସହାୟତା ମାଗିଲା ଓସିଏ - barabati-stadium cuttack

ବାରବାଟୀ ଷ୍ଟାଡିୟମର ବେହାଲ ଅବସ୍ଥାକୁ ଦେଖି ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି । ସେପଟେ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ ହେବା ନେଇ ଦମ୍ଭୋକ୍ତି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

By

Published : Oct 4, 2019, 12:05 AM IST

Updated : Oct 4, 2019, 4:52 PM IST

କଟକ: ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ ଦିନିକିଆ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ଘୋଷଣା ପରେ ଓଡିଶା କ୍ରୀଡାଜଗତରେ ଖୁସିର ମାହୋଲ ଦେଖାଯାଇଥିଲା । ଡିସେମ୍ବର 22ରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ତେବେ ଷ୍ଟାଡିୟମର ବେହାଲ ଅବସ୍ଥାକୁ ଦେଖିଲେ ବାରବାଟୀ ଦିନିକିଆ ହାତରୁ ଚାଲିଯିବ ପ୍ରତୀତ ହେଉଛି । ସେପଟେ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ ହେବା ନେଇ ଦମ୍ଭୋକ୍ତି କରିଛନ୍ତି । ଏହି ମ୍ୟାଚ ଯେମିତି ହେଲେ ଓସିଏ କରିବ ବୋଲି ସେ କହିଛନ୍ତି । ଓଡିଶା କ୍ରିକେଟ ପ୍ରେମୀ ନିରାଶ ହେବାର କିଛି କଥା ନାହିଁ । ମ୍ୟାଚ କରିବା ପାଇଁ ଆମେ ପ୍ରସ୍ତୁତ । କେବଳ ବିସିସିଆଇ ନିର୍ବାଚନ କୁ ଅପେକ୍ଷା । ଏହି ନିର୍ବାଚନ ସରିବାମାତ୍ରେ ବିସିସିଆଇ ସହ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତେବେ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ବିସିସିଆଇକୁ ଓସିଏ ଆର୍ଥିକ ସହାୟତା ମଧ୍ୟ ମାଗିଛି । ଏମିତି କହି ବିସିସିଆଇ କୋର୍ଟକୁ ବଲ ଫିଙ୍ଗିଛନ୍ତି ସଞ୍ଜୟ ।

ଫନି ପ୍ରଳୟ ପରେ ଷ୍ଟାଡିୟମ ଶ୍ରୀହିନ ଅବସ୍ଥାରେ ରହିଛି । ହାତରେ ଆଉ ମାତ୍ର 2 ମାସର ସମୟ । ତେବେ ଷ୍ଟାଡିୟମ କାମ ସରିବ କି ନାହିଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଫ୍ଲଡ଼ ଲାଇଟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁର ମାର ହୋଇଯାଇଛି । ତେବେ ଓସିଏର ନୂଆ ଟିମ ଓଡିଶାବାସୀଙ୍କୁ ନିରାଶ କରିବେନି ବୋଲି ସଂପାଦକ ସଞ୍ଜୟ ବେହେରା ଭରସା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 4, 2019, 4:52 PM IST

ABOUT THE AUTHOR

...view details