ଓଡିଶା

odisha

ETV Bharat / sports

ହାଇଦ୍ରାବାଦରେ ଟିମ୍ ଇଣ୍ଡିଆର ରେକର୍ଡ, ଭାଙ୍ଗିଲା 10ବର୍ଷର ରେକର୍ଡ

ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ ଷ୍ଟାଡିୟମରେ ଇତିହାସ ରହିଲା ଟିମ ଇଣ୍ଡିଆ । 208 ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିବା ସହ ଟି-20ରେ ସର୍ବାଧିକ ରନକୁ ପିଛା କରି ବିଜୟୀ ହେବାର ରେକର୍ଡ କରିଛି ଭାରତ । ଅଧିକ ପଢନ୍ତୁ...

ଭାରତର ରେକର୍ଡ ରନଚେଜ
ଭାରତର ରେକର୍ଡ ରନଚେଜ

By

Published : Dec 6, 2019, 11:48 PM IST

ହାଇଦ୍ରାବାଦ: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ ଷ୍ଟାଡିୟମରେ ଇତିହାସ ରହିଲା ଟିମ ଇଣ୍ଡିଆ । ନିଜର ସବୁ ଟି-20 ରେକର୍ଡକୁ ଭାଙ୍ଗିଛି ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-20ରେ ବିରାଟଙ୍କ ଦମଦାର ଇଂନିସ ବଳରେ, 208 ରନର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିଛି ଭାରତ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବିଜୟର ବିନ୍ଧାଣି ନିଜେ କ୍ୟାପଟେନ କୋହଲି ରହିଛନ୍ତି । ଏହି ବିଜୟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଲଗାତାର 7ମ ବିଜୟ ।

ଭାରତର ରେକର୍ଡ ରନଚେଜ

50 ବଲରେ 6ଚୌକା ଓ 6 ଛକା ସହାୟତାରେ ବିରାଟ ଅପରାଜିତ 94 ରନର ଇଂନିସ ଖେଳିଛନ୍ତି । ଫଳରେ 8ଟି ବଲ ବାକିଥାଇ ଭାରତ ବିଜୟୀ ହୋଇଛି । ଏଥିସହତି 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 1-ରେ ଆଗୁଆ ରହିଛି ।

ତେବେ ଏହି ବିଜୟ ସହ ଭାରତୀୟ ଦଳ ନିଜର 10 ବର୍ଷର ଟି-20 ରେକର୍ଡକୁ ଭଙ୍ଗ କରିଛି । ବର୍ଷ 2009ରେ ମୋହାଲି ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ 201 ରନର ଟାର୍ଗେଟକୁ ପିଛାକରି ସଫଳ ହୋଇଥିଲା ଟିମ ଇଣ୍ଡିଆ । ଏହାପୂର୍ବରୁ ରାଜକୋଟରେ 2013ରେ ଅଷ୍ଟ୍ରେଲିଆ ବିପକ୍ଷରେ 202 ରନକୁ ସଫଳତଚାର ସହ ଚେଜ କରିଥିଲା ଭାରତ । 2018ରେ ଇଂଲଣ୍ଡ ବିପକ୍ଷରେ 199 ରନର ବିଜୟ ଲକ୍ଷ୍ୟକୁ ମଧ୍ୟ ସଫଳତାର ସହ ହାସଲ କରିଥିଲା ।

ABOUT THE AUTHOR

...view details