ଓଡିଶା

odisha

ETV Bharat / sports

ଆଖିପିଛୁଳାକେ ଉଭେଇଗଲା ବାରବାଟୀ ଦିନିକିଆ ଟିକେଟ ! - ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ

ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଟିକେଟ ଅନଲାଇନରେ ଆଜି ବିକ୍ରି ନେଇ ଓସିଏ ପକ୍ଷରୁ ଘୋଷଣା ହୋଇଥିଲା । ତେବେ ଟିକେଟ ବୁକିଂ ପାଇଁ ଉପଲବ୍ଧ ୱେବସାଇଟ ଜାମ ରହିବା ପରେ, ମାତ୍ର 5ମିନିଟରେ ସବୁ ଟିକେଟ ବିକ୍ରି ହୋଇଥିବା ଜଣାପଡିଛି ।

ବାରବାଟୀ ଦିନିକିଆ ଟିକେଟ
ବାରବାଟୀ ଦିନିକିଆ ଟିକେଟ

By

Published : Dec 5, 2019, 8:23 PM IST

Updated : Dec 5, 2019, 8:41 PM IST

କଟକ: ପ୍ରାୟ 2ବର୍ଷ ପରେ ବାରବାଟୀକୁ ଫେରିଛି ଆନ୍ତଜାର୍ତିକ ଦିନିକିଆ ମ୍ୟାଚ । ସେଥିପାଇଁ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଅହେତୁକ ଉତ୍ସାହ । ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ ମ୍ୟାଚ ଟିକେଟ ଆଜି ଓସିଏ ପକ୍ଷରୁ ଅନଲାଇନରେ ବିକ୍ରି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

ଟିକେଟ ପାଇଁ 2ଟି ୱେବସାଇଟ (www.paytm.com /www.insider.in) ଆପର ବ୍ୟବସ୍ଥା ହୋଇଥିଲା । ମାତ୍ର ସନ୍ଧ୍ୟା 5 ପର୍ଯ୍ୟନ୍ତ ୱେବସାଇଟ ଜାମ ରହିଥିବା ନେଇ ଅଭିଯୋଗ ହୋଇଛି । ତେବେ ମାତ୍ର ଅଧଘଣ୍ଟା ପାଇଁ ୱେବସାଇଟରେ ଟିକେଟ ବୁକିଂ ସହଜ ହୋଇଥିଲା ବୋଲି କୁହାଯାଉଛି । ଏହି ସମୟ ମଧ୍ୟରେ ପ୍ରାୟ 8000ରୁ ଅଧିକ ଅନଲାଇନ ଟିକେଟ ବୁକିଂ ହୋଇଥିବା ଜଣାପଡିଛି ।

ଜାଣନ୍ତୁ କେଉଁ ଗ୍ୟାଲେରୀରେ କେତେ ସଂଖ୍ୟକ ଟିକେଟ ରହିଥିଲା ।

2ନଂ ଗ୍ୟାଲେରୀରେ ଟିକେଟର ମୂଲ୍ୟ 500ସହ (18 ପ୍ରତିଶତ ଜିଏସଟି) ରହିଥିଲା । ଏହି ଗ୍ୟାଲେରୀରେ 3000 ଟିକେଟ ବିକ୍ରି ପାଇଁ ରହିଥିଲା ।
4ନଂ ଗ୍ୟାଲେରୀରେ 3000 ଟିକେଟ 500 ଟଙ୍କା ମୂଲ୍ୟ ସହ (18 ପ୍ରତିଶତ ଜିଏସଟି) ବିକ୍ରି ପାଇଁ ରହିଥିଲା ।
ଗ୍ୟାଲେରୀ ନଂ 6ରେ 1500 ଟିକେଟ 400 ଟଙ୍କା ମୂଲ୍ୟରେ ରହିଥିଲା ।
ନ୍ୟୁ ପାଭିଲିୟନ ଫାଷ୍ଟ ଫ୍ଲୋରରେ 50ଟି ଟିକେଟ ମୂଲ୍ୟ 5000ସହ (18 ପ୍ରତିଶତ ଜିଏସଟି) ବିକ୍ରି ପାଇଁ ରହିଥିଲା ।
ସ୍ପେଶିଆଲ ଏନକ୍ଳୋଜର-ଏ ରେ 500ଟି ଟିକେଟ ମୂଲ୍ୟ 3000(18 ପ୍ରତିଶତ ଜିଏସଟି) ସହ ବିକ୍ରି ପାଇଁ ରହିଥିଲା ।
ଏସି ବକ୍ସ ଗ୍ୟାଲେରୀ ନଂ4ରେ 100ଟି ଟିକେଟ ମୂଲ୍ୟ 5000ସହ (18 ପ୍ରତିଶତ ଜିଏସଟି)ଅନଲାଇନ ବିକ୍ରି ପାଇଁ ରଖାଯାଇଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 5, 2019, 8:41 PM IST

ABOUT THE AUTHOR

...view details