ଓଡିଶା

odisha

ETV Bharat / sports

ବିରାଟଙ୍କ ଶତକରେ ଭାରତ ବିଜୟୀ

2ୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ 59 ରନରେ ହରାଇଛି ଟିମ ଇଣ୍ଡିଆ । କ୍ୟାପଟେନ ବିରାଟ କୋହଲି ଦିନିକିଆ କ୍ୟାରିୟରର 42ତମ ଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

By

Published : Aug 12, 2019, 6:20 AM IST

Updated : Aug 12, 2019, 7:30 AM IST

ହାଇଦ୍ରାବାଦ: 2ୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ 59 ରନରେ ହରାଇଛି ଟିମ ଇଣ୍ଡିଆ । ଫଳରେ 3ଟିକିଆ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି । ପ୍ରକାଶ କି ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ଭାରତ 289 ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ରନ କରିଥିଲେ କ୍ୟାପଟେନ କୋହଲି । 125 ବଲରୁ 14 ଚୌକା ଓ 1 ଛକା ସହାୟତାରେ 120 ରନର ଦମଦାର ପାଳି ଖେଳିଥିଲେ କୋହଲି । ଏହା ଦିନିକିଆରେ କୋହଲିଙ୍କ 42ତମ ଶତକ । ବର୍ଷକ ପରେ ଦଳକୁ ଫେରିଥିବା ଶ୍ରେୟସ ଆୟର 68 ବଲରୁ 5 ଚୌକା ଓ 1 ଛକା ସହାୟତାରେ 71 ରନର ଉପଯୋଗୀ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପନ୍ତ 20 ଓ ରୋହିତ ଶର୍ମା 18 ରନ କରିଥିଲେ । ଭାରତର ପାଳି 279/7ରେ ଶେଷ ହୋଇଥିଲା ।


280ରନର ଲକ୍ଷ୍ୟକୁ ପିଛା କରି 2 ୱେଷ୍ଟଇଣ୍ଡିଜ ଓପନର ଗେଲ ଓ ଲୁଇସ ଭଲ ଆରମ୍ଭ କରିଥିଲେ । ଦୁହେଁ ପ୍ରଥମ ୱିକେଟ ଯୋଡିରେ 45 ରନ ଯୋଡିଥିଲେ । ତେବେ ମ୍ୟାଚର 13ତମ ଓଭରରେ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା । ୱେଷ୍ଟଇଣ୍ଡିଜର ସ୍କୋର 12.5 ଓଭରରେ 55/2 ରହିଥିଲା । ତେବେ D/L ନିୟମ ଅନୁଯାୟୀ ମ୍ୟାଚକୁ 4 ଓଭର କମାଇ ଦିଆଯାଇଥିଲା । 46 ଓଭରରେ ଇଣ୍ଡିଜ ପାଇଁ 270 ରନର ନୂଆ ଟାର୍ଗେଟ ହୋଇଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ଇଭିନ ଲୁଇସ 65 ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ନିକୋଲାସ ପୋରନ 42 ରନର ପାଳି ଖେଳିଥିଲେ ।

ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ଭୁବନେଶ୍ବର କୁମାର ସର୍ବାଧିକ 4ଟି ୱିକେଟ ହାସଲ କରିଥିଲେ । ମହମ୍ମଦ ସାମି ଓ କୁଲଦୀପ ଯାଦବ 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜାଡେଜା ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ତେବେ 42 ତମ ଓଭରରେ ୱେଷ୍ଟଇଣ୍ଡିଜ 210 ରନରେ ଅଲ ଆଉଟ ହୋଇଯାଇଥିଲା । ଫଳରେ ଭାରତ 59 ରନରେ ଭାରତକୁ ବିଜୟ ମିଳିଥିଲା ।

Last Updated : Aug 12, 2019, 7:30 AM IST

ABOUT THE AUTHOR

...view details