ଓଡିଶା

odisha

ETV Bharat / sports

2ୟ ଦିନିକିଆ: ଭାଇଜାକ୍‌ରେ ଜିତିଲେ ବାରବାଟୀରେ ଫାଇନାଲ ଫାଇଟ

ପ୍ରଥମ ଦିନିକିଆରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜଠାରୁ 8 ୱିକେଟ ପରାଜୟ ପରେ ଆଜି ଆନ୍ଧ୍ର ପ୍ରଦେଶର DR. YS. ଷ୍ଟାଡିୟମରେ ଖେଳାଯିବ ସିରିଜର 2ୟ ମ୍ୟାଚ । 1-0ରେ ପଛୁଆ ରହିଥିବା ଘରୋଇ ଟିମ ଇଣ୍ଡିଆ ପାଇଁ ଆଜି କର ବା ମର ସ୍ଥିତି ।

India vs West Indies, 2nd ODI preview
2ୟ ଦିନିକିଆ

By

Published : Dec 18, 2019, 12:49 PM IST

ବିଶାଖାପାଟଣା: ସଙ୍କଟରେ ଘରୋଇ ସିରିଜ । ଚେପକରେ ଚିତପଟାଙ୍ଗ ହେଲା ବିରାଟ ବାହିନୀ । ଆଜି ଭାଇଜାକ୍‌ରେ କର ବା ମର ସ୍ଥିତି । ମ୍ୟାଚ ଜିତିଲେ ବାରବାଟୀରେ ନିର୍ଣ୍ଣାୟକ ଲଢେଇ । ଆଉ ମ୍ୟାଚ ହାରିଲେ ପରାଜୟ କଳଙ୍କ ସହ ବର୍ଷ ଶେଷ କରିବ ଟିମ ଇଣ୍ଡିଆ ।

2ୟ ଦିନିକିଆ

ତେବେ ପ୍ରଥମ ଦିନିକିଆରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜଠାରୁ 8 ୱିକେଟ ପରାଜୟ ପରେ ଆଜି ଆନ୍ଧ୍ର ପ୍ରଦେଶର DR. YS. ଷ୍ଟାଡିୟମରେ ଖେଳାଯିବ ସିରିଜର 2ୟ ମ୍ୟାଚ । 1-0ରେ ପଛୁଆ ରହିଥିବା ଘରୋଇ ଟିମ ଇଣ୍ଡିଆ ପାଇଁ ଆଜି କର ବା ମର ସ୍ଥିତି । 3 ମ୍ୟାଚ ବିଶିଷ୍ଟ ଏହି ଘରୋଇ ସିରିଜର 2ୟ ମ୍ୟାଚ ଯଦି ଦଳ କବଜା କରୁଛି ତେବେ କଟକ ବାରବାଟୀରେ ହେବ ଅନ୍ତିମ ତଥା ନିର୍ଣ୍ଣାୟକ ଲଢେଇ ।

ଅନ୍ୟପଟେ ପ୍ରଥମ ମ୍ୟାଚରେ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ପରାଜୟର ସ୍ବାଦ ଚାଖିଲା ଟିମ ଇଣ୍ଡିଆ । ଚେପକ ପରି ଧିମା ପିଚ୍‌ରେ 287ରନର ଟାର୍ଗେଟକୁ ସହଜରେ ହାତେଇ ନେଲା ଭ୍ରମଣକାରୀ ଦଳ । କିନ୍ତୁ ଭାଇଜାକ୍‌ ଷ୍ଟାଡିୟମରେ ସ୍ଥିତି କିଛି ଅଲଗା ରହିବ । 300ରୁ ଉର୍ଦ୍ଧ୍ବ ସ୍କୋରର ସମ୍ଭାବନା ରଖୁଥିବା ଏହି ଗ୍ରାଉଣ୍ଡରେ ବ୍ୟାଟିଂ ଫ୍ରେଣ୍ଡଲି ଗ୍ରାଉଣ୍ଡ ରହିଛି । ଫଳରେ ପ୍ରଥମ ମ୍ୟାଚରେ ହୋସ ଉଡାଇଥିବା ବିପକ୍ଷ ଦଳର ସାଇ ହୋପ ଓ ସିମରନ ହେଟମାୟଙ୍କ ଚିନ୍ତାରେ ଭାରତୀୟ ଦଳ । ବିପକ୍ଷ ଦଳର ଦୁଇ ବିସ୍ଫୋରକଙ୍କ ପାଇଁ 5ଜଣ ବିଶେଷଜ୍ଞ ବୋଲରଙ୍କୁ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଅନ୍ୟପଟେ ଏହି ଗ୍ରାଉଣ୍ଡରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ମଧ୍ୟ ଖୁବ ଭଲ ରହିଛି । ଭାରତୀୟ ଟପ ଅର୍ଡରକୁ ରୋକିବା ଏତେ ସହଜ ହେବ ନାହିଁ ଇଣ୍ଡିଜ୍‌ ବୋଲଙ୍କ ପାଇଁ ।

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା (ଭାଇସ-କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ଲୋକେଶ ରାହୁଲ୍‌, ଶ୍ରେୟସ୍ ଆୟର୍‌, ମନିଷ ପାଣ୍ଡେ, ଋଷଭ ପନ୍ତ (ୱିକେଟକିପର), ଶିବମ ଦୁବେ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍‌, ଦୀପକ ଚହର୍‌, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର।

ୱେଷ୍ଟଇଣ୍ଡିଜ୍‌: କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ସୁନୀଲ ଅମ୍ବ୍ରିସ୍‌, ଶାଇ ହୋପ୍‌, ଖାରୀ ପିଏରୀ, ରୋଷ୍ଟନ୍ ଚେଜ୍‌, ଅଲଜାରୀ ଯୋଶେଫ୍‌, କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଶେଲଡନ୍ କଟ୍ଟରେଲ୍‌, ବ୍ରାଣ୍ଡନ୍ କିଙ୍ଗ୍‌, ନିକୋଲାସ ପୁରନ୍‌, ଶିମରନ୍ ହେଟମେୟର୍‌, ଏଭିନ୍ ଲୁଇସ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର୍‌, କୀମୋ ପଲ୍‌, ହେଡେନ୍ ୱାଲ୍ସ ଜୁନିୟର।

ABOUT THE AUTHOR

...view details