ଓଡିଶା

odisha

By

Published : Nov 16, 2019, 6:02 PM IST

ETV Bharat / sports

ବାରବାଟୀ ଦିନିକିଆ: ଡିସେମ୍ବର 5ରୁ ଅନଲାଇନ ଟିକେଟ ବିକ୍ରି

ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର 5ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ସେହିଭଳି 19ରେ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଅଫ ଲାଇନ ଟିକେଟ । ଅଧିକ ଖବର ଜାଣନ୍ତୁ...

ବାରବାଟୀ ଦିନିକିଆ

ଭୁବନେଶ୍ବର: ଐତିହାସିକ ବାରବାଟୀରେ ହେବ ଭାରତ- ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚ । ମ୍ୟାଚ ପାଇଁ ଡିସେମ୍ବର 5ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ । ସେହିଭଳି 19ରେ ଷ୍ଟାଡିୟମ କାଉଣ୍ଟରରେ ମିଳିବ ଅଫ ଲାଇନ ଟିକେଟ । ଶନିବାର ସୁରକ୍ଷା ବୈଠକ ପରେ ଓସିଏ ସମ୍ପାଦକ ଏବଂ ପୋଲିସ କମିଶନର ଏହି ସୂଚନା ଦେଇଛନ୍ତି । ତେବେ ଅରିଜିନାଲ ଟିକେଟରେ ରହିବ ଓସିଏର ଲୋଗୋ ।

ବାରବାଟୀ ଦିନିକିଆ

ସେହିପରି ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଟିକେଟ ଲାଗୁ ହେବ । ସମସ୍ତ ଟିକେଟରେ 18 ପ୍ରତିଶତ ଜିଏସ୍‌ଟି ବାଧ୍ୟତାମୂଳକ ହୋଇଛି । ଏହାଛଡ଼ା ଷ୍ଟାଡିୟମ ଭିତରକୁ ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ ହେଲମେଟ୍‌ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ମ୍ୟାଚ୍‌ ପାଇଁ ଉଭୟ ଟିମ୍‌ 19ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି କୁହାଯାଇଛି । ତେବେ ଗତଥର ଭଳି ଏଥର ମଧ୍ୟ ୯ହଜାର ଟିକେଟ ଅନଲାଇନରେ ମିଳିବ । ସେହିପରି ମୋଟ 43 ହଜାର 929 ଟିକେଟରୁ, 10 ହଜାର 484ଟି ଟିକେଟ ବିସିସିଆଇ ଓ ଅଫିସିଆଲ୍ସ ପାଇଁ ରହିବ । ବାକି ଟିକେଟ 19ରୁ କାଉଣ୍ଟରରେ ଉପଲବ୍ଧ ହେବ ।

ତେବେ ଖେଳାଳିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ବାରବାଟୀର ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ସଜାଗ ରହିବ । କଟକ ଡିସିପି ଅଖିଳେଶ୍ବର ସିଂ ଏହି ଦାୟିତ୍ବରେ ରହିବେ । ଟ୍ରାଫିକ ପରିଚାଳନା ଦାୟିତ୍ବ ନେବେ ଟ୍ରାଫିକ ଡିସିପି ସାଗରିକା ନାଥ । ସେହିପରି ଖେଳାଳିଙ୍କ ସୁରକ୍ଷା ସହ ଯିବା ଆସିବା ଦାୟିତ୍ବ ନେବେ ଭୁବନେଶ୍ବର ଡିସିପି ଅନୁପ ସାହୁ । ଅନ୍ୟପଟେ ଗ୍ୟାଲେରୀରେ ମିଳିବ ବ୍ରାଣ୍ଡେଡ ଖାଦ୍ୟ । ଦର୍ଶକଙ୍କ ମନୋରଞ୍ଜନ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details