ଓଡିଶା

odisha

ETV Bharat / sports

ଆଣ୍ଟିଗୁଆରୁ ଭାରତୀୟ ଦଳର ଟେଷ୍ଟ ଚମ୍ପିଆନସିପ ଯାତ୍ରା - ପ୍ରଥମ ଟେଷ୍ଟ ମ୍ୟାଚ

ଗୁରୁବାରଠୁ ଆରମ୍ଭ ହେବ ଭାରତୀୟ ଦଳର ଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ ।

ଡିଡାଇନ ଫଟୋ

By

Published : Aug 21, 2019, 11:36 PM IST

ଆଣ୍ଟିଗୁଆ: ଗୁରୁବାରଠୁ ଆରମ୍ଭ ହେବ ଭାରତୀୟ ଦଳର ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଯାତ୍ରା । କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟରେ ଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟରୁ ଏଥିରେ ପଦାର୍ପଣ କରିବ ବିରାଟ ବାହିନୀ । ସ୍ଥାନୀୟ ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମରେ ଏହି ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଆରମ୍ଭ ହେବ । ତେବେ ଏହି ମ୍ୟାଚରେ କୋହଲିଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ଆସନ୍ତୁ ନଜର ପକାଇବା ଏହି ଟେଷ୍ଟକୁ ନେଇ କଣ କଣ ରହିଛି ଖବର...

କୋହିଲ ଭାଙ୍ଗିବେ ଧୋନିଙ୍କ ଓ ପଣ୍ଟିଂଙ୍କ ରେକର୍ଡ-

ଭାରତ ଯଦି ଏହି ମ୍ୟାଚକୁ ହାତେଇ ନିଏ, ତେବେ କ୍ୟାପଟେନ୍ ଭାବେ କୋହଲିଙ୍କର ଏହା 27ତମ ଟେଷ୍ଟ ବିଜୟ ହେବ । ଏହା ସହ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଟେଷ୍ଟ ବିଜୟ ରେକର୍ଡ ଭାଙ୍ଗିବେ । ଅନ୍ୟପଟେ ଯଦି ବିରାଟ୍ ଶତକ ମାରନ୍ତି, ତେବେ କ୍ୟାପଟେନ୍ ଭାବେ ରିକି ପଣ୍ଟିଂଙ୍କର 19 ଟେଷ୍ଟ ଶତକର ରେକର୍ଡ ସମକକ୍ଷ ହେବେ ।


ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର ଉପରେ ରହିବ ସମସ୍ତଙ୍କ ନଜର-

କୋହଲି-ରୋହିତଙ୍କ ବିବାଦ ପରେ ଏବେ ଟେଷ୍ଟର ବ୍ୟାଟିଂ ଲାଇନ ଅର୍ଡର ଉପରେ ସମସ୍ତଙ୍କ ନଜର ରହିଛି । କଣ ରହିବ ଭାରତୀୟ ବ୍ୟାଟିଂ ଲାଇନ ଅର୍ଡର ? 6 ବ୍ୟାଟ୍ସମ୍ୟାନଙ୍କୁ ନେଇ ଭାରତ ପଡିଆକୁ ଓହ୍ଲାଇବ ନା 5 ଜଣ ବ୍ୟାଟ୍ସମ୍ୟାନ ଓ ଜଣେ ଅତିରିକ୍ତ ଅଲରାଉଣ୍ଡର । ତେବେ ଏହି ପରି ସ୍ଥିତିରେ ରୋହିତଙ୍କ ଖେଳିବା ଉପରେ ଆଶାଙ୍କା ରହିଛି । ସେହିପରି ୱିକେଟ କିପର ବ୍ୟାଟମ୍ୟାନ କିଏ ରହିବ ? ପନ୍ତ ନା ରିଦ୍ଧିମାନ ଶାହା ।

ଅନ୍ୟପେଟ ଜେସନ୍ ହୋଲ୍ଡରଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ୍ ଟିମ ମଧ୍ୟ ଖୁବ ମଜବିତ ରହିଛି । ଚଳିତ ବର୍ଷ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମକୁ 2-1ରେ ହରାଇ ୱେଷ୍ଟଇଣ୍ଡିଜ୍ ବିପର୍ଯ୍ୟୟ ଘଟାଇଥିଲା ।


ସେହିପରି ବୋଲିଂ ବିଭାଗ ମଧ୍ୟ ସମସ୍ତଙ୍କ ନଜରେ ରହିଛି । ଅଭ୍ୟାସ ମ୍ୟାଚରେ 3 ୱିକେଟ ନେଇଥିବା ଉମେଶ ଯାଦବଙ୍କ ଉପରେ ଟିମ୍ ଇଣ୍ଡିଆର ଭରସା ରହିଛି । ଯଦି ପିଚରେ ବାଉନ୍ସ ରହେ, ତେବେ କୋହଲି ଚାରିଜଣ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଓହ୍ଲାଇପାରନ୍ତି । ଏଭଳି ସ୍ଥିତିରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ସ୍ପିନର୍ ଭାବେ ସୁଯୋଗ ମିଳିବ ।

ଭାରତୀୟ ଦଳ : ବିରାଟ୍ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ମୟଙ୍କ ଅଗ୍ରୱାଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ୍, ରିଦ୍ଧିମାନ ସାହା, ଈଶାନ୍ତ ଶର୍ମା, ରୋହିତ୍ ଶର୍ମା, ହନୁମା ବିହାରୀ, ଉମେଶ ଯାଦବ।

ୱେଷ୍ଟଇଣ୍ଡିଜ୍ ଦଳ: ଜେସନ୍ ହୋଲ୍ଡର, କ୍ରେଗ୍ ବ୍ରାଥୱେଟ୍, ଡାରେନ୍ ବ୍ରାଭୋ, ଶାମାରା ବ୍ରୁକ୍ସ, ଜନ୍ କ୍ୟାମ୍ପବେଲ୍, ରୋଷ୍ଟନ୍ ଚେଜ୍, ରାକୀମ କର୍ନୱାଲ୍, ଶେନ୍ ଡାଓରିଚ୍, ଶ୍ୟାନନ୍ ଗାବ୍ରିଏଲ୍, ଶିମରନ୍ ହେଟମେୟର୍, ଶାଇ ହୋପ୍, କୀମୋ ପଲ୍, କେମାର ରୋଚ୍।

ABOUT THE AUTHOR

...view details