ଚେନ୍ନାଇ: ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଇଣ୍ଡିଜର ବାମହାତୀ ସିମ୍ରନ ହେଟମେୟରଙ୍କ ହିଟ ଶୋ । ଆକର୍ଷଣୀୟ ଶତକ ସହ ୱେଷ୍ଟଇଣ୍ଡିଜକୁ ବିଜୟ ଦେଇଛନ୍ତି ହେଟମେୟର । ଫଳରେ ପ୍ରଥମ ଦନିକିଆରେ ୱେଷ୍ଟଇଣ୍ଡିଜ ଭାରତକୁ 8 ୱିକେଟରେ ପରାସ୍ତ କରିଛି । 288 ରନର ବିଜୟ ଲକ୍ଷ୍ୟ ସହଜରେ ହାସଲ କରିନେଇଛି ଭ୍ରମଣକାରୀ ଦଳ । ଏଥିସହିତ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି।
ଚେନ୍ନାଇରେ ହେଟମେୟର-ହୋପଙ୍କ ହିଟ ଶୋ, ପ୍ରଥମ ଦିନିକିଆ ହାରିଲା ଭାରତ - India Vs West Indies 1st ODI
ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ଭାରତକୁ 8 ୱିକେଟରେ ପରାସ୍ତ କରିଛି। ଫଳରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ 1-0ରେ ଆଗୁଆ ହୋଇଛି ପୋଲାର୍ଡ ପାୱାର ହିଟର।
![ଚେନ୍ନାଇରେ ହେଟମେୟର-ହୋପଙ୍କ ହିଟ ଶୋ, ପ୍ରଥମ ଦିନିକିଆ ହାରିଲା ଭାରତ ହେଟମେୟର-ହୋପଙ୍କ ହିଟ ଶୋ](https://etvbharatimages.akamaized.net/etvbharat/prod-images/768-512-5380877-thumbnail-3x2-wc.jpeg)
2ୟ ୱିକେଟ ଯୋଡିରେ ସିମ୍ରନ ହେୟମେୟର ଓ ସାଇ ହୋପଙ୍କ ମଧ୍ୟରେ ରେକର୍ଡ 218 ରନର ପାର୍ଟନରସିପ କରିଥିଲେ । ହେଟମେୟର 106 ବଲରୁ 11 ଚୌକା ଓ 7 ଛକା ସହୟତାରେ ଦମଦାର 139 ରନର ଇଂନିସ ଖେଳି ଆଉଟ ହୋଇଥିଲେ । ମାତ୍ର ହୋପ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତର ବିଜୟ ଆଶା ଶେଷ କରି ଦେଇଥିଲେ।
151 ବଲରୁ 7ଟି ଚୌକା ଓ ଗୋଟିଏ ଛକା ସହାୟତାରେ 102ର ଶତକୀୟ ଇନିଂସ ଖେଳିଥିଲେ ହୋପ । ଭାରତୀୟ ବୋଲର 35 ଓଭର ପର୍ଯ୍ୟନ୍ତ ୱିକେଟ ଶୂନ୍ୟ ରହିଥିଲେ ଫଳରେ ଭାରତ ହାତରୁ ମ୍ୟାଚ ଚାଲିଯାଇଥିଲା । 13 ଟି ବଲ ବାକି ଥାଇ ୱେଷ୍ଟଇଣ୍ଡିଜ 288 ରନର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା । ଭାରତ ପକ୍ଷରୁ ଦିପକ ଚହର ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଭାରତ ଋଷଭ ପନ୍ତଙ୍କ 71, ଶ୍ରେୟସ ଆୟରଙ୍କ 70 ରନ ବଳେ 288 ରନ କରିବାକୁ ସମର୍ଥ ହୋଇଥିଲା। ରୋହିତ ଶର୍ମା 36 ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ କେଦାର ଯାଦବ 40 ରବିନ୍ଦ୍ର ଜାଡେଜା 21 ରନର ଯୋଗଦାନ କରିଥିଲେ।