ଚେନ୍ନାଇ: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ଶୁଭସମୟ ଚାଲିଛି । ନିକଟରେ ବାଂଲାଦେଶ ବିଫକ୍ଷରେ ଟି20 କ୍ରିକେଟରେ ଡେବ୍ୟୁ କରିଥିବା ଏହି ଶିବମ ଅନ୍ତଜାର୍ତୀୟ ଦିନିକିଆରେ ମଧ୍ୟ ଡେବ୍ୟୁ କରିଛନ୍ତି । ଭାରତୀୟ ଦଳରେ ଶିବମ ଦୁବେ 228 ତମ ଦିନିକିଆ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି।
ଭାରତ ବନାମ ଇଣ୍ଡିଜ: ଚେନ୍ନାଇରେ ଶିବମଙ୍କ ଦିନିକିଆ ଡେବ୍ୟୁ - India Vs West Indies 1st ODI
ଶିବମ ଦୁବେ 228 ତମ ଦିନିକିଆ ଭାରତୀୟ ଖେଳାଳି ଭାବେ ଆଜି ଚେନ୍ନାଇରେ ଖେଳାଯାଉଥିବା ମ୍ୟାଚରେ ଅନ୍ତଜାର୍ତୀୟ ଦିନିକିଆ ଡେବ୍ୟୁ କରିଛନ୍ତି।
ଶିବମ ଦୁବେ
26 ବର୍ଷିୟ ମୁମ୍ବାଇ ଅଲରାଉଣ୍ଡର ଦୁବେ ଭାରତର ବାଂଲାଦେଶ ବିପକ୍ଷ ଟି20 ସିରିଜରେ ପ୍ରମୁଖ ଭୁମକା ଗ୍ରହଣ କରିଥିଲେ । 3ୟ ତଥା ନିର୍ଣ୍ଣାୟକ ମ୍ୟାଚରେ 3ଟି ୱିକେଟ ନେଇ ଭାରତର ବିଜୟକୁ ନିଶ୍ଚିନ୍ତ କରିଥିଲେ ସେ। ଏହାସହିତ ଇଣ୍ଡିଜ ବିପକ୍ଷ ଟି20 ସିରିଜରେ ଶିବମ କୋହଲିଙ୍କ ସ୍ଥାନରେ ବ୍ୟାଟିଂ କରି ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଭାରତୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), କେଦାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଦୀପକ ଚହର ଓ ମହମ୍ମଦ ସାମି, ଶିବମ ଦୁବେ।
Last Updated : Dec 16, 2019, 3:43 PM IST