ଇନ୍ଦୋର: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ ଖେଳାଯିବ। ବର୍ଷାଯୋଗୁଁ ଗୌହାଟୀରେ ଟି20 ବାତିଲ ହେବାପରେ, ଏହି ମ୍ୟାଚର ଗୁରତ୍ବ ବଢିଯାଇଛି। ଏହି ମ୍ୟାଚରେ ବିଜୟୀ ଟିମ ସିରିଜ ପରାଜୟର ଆଶଙ୍କାକୁ ଏଡାଇପାରିବ। ଏହାସହିତ ସିରିଜ ବିଜୟ ପାଇଁ ବଡ ସୁଯୋଗ ରହିବ।
ଭାରତ-ଶ୍ରୀଲଙ୍କା 2ୟ ଟି20: ଇନ୍ଦୋରରେ ଭାରତର ଅପରାଜେୟ ରେକର୍ଡ - ଇନ୍ଦୋରରେ ଭାରତ ଅପରାଜେୟ
ଇନ୍ଦୋରରେ ଆଜି ଖେଳାଯିବାକୁ ଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ 2ୟ ଟି20 ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସ୍ଥାନୀୟ ହୋଲକାର ଷ୍ଟାଡିୟମରେ ଭାରତ ଖେଳିଥିବା ସମସ୍ତ ମ୍ୟାଚରେ ବିଜୟୀ ହୋଇଛି । ଅଧିକ ପଢନ୍ତୁ...
ଇନ୍ଦୋରର ହୋଲକାର ଷ୍ଟାଡିୟମ ଭାରତ ଖେଳିଥିବା ସମସ୍ତ ମ୍ୟାଚରେ ଅପରାଜେୟ ରହିଛି। ମ୍ୟାଚ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅପରାହ୍ନ 5.00ରେ ଉଭୟ ଟିମର ଖେଳାଳି ଷ୍ଟାଡିୟମରେ ପହଞ୍ଚିବେ। ସନ୍ଧ୍ୟା 7ଟାରେ ମ୍ୟାଚ ଆରମ୍ଭ ସମୟ ରହିଛି।
ଷ୍ଟାଡିୟମର ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରାୟ 1700ରୁ ଅଧିକ ପୋଲିସ ଅଫିସର ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ମ୍ୟାଚ ଆରମ୍ଭ ପରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ । ଷ୍ଟାଡିୟମକୁ ଲାଗି ରହଥିବା ସ୍ଥାନକୁ ପାର୍କିଂ ନିଷେଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଷ୍ଟାଡିୟମର କ୍ଷମତା 26 ହଜାର ରହିଥିବାବେଳେ, 18 ହଜାର ଟିକେଟ ଦର୍ଶକଙ୍କ ପାଇଁ ବିକ୍ରି କରାଯାଇଛି । ବାକି ଟିକେଟକୁ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକଙ୍କୁ ପାସ ଆକାରରେ ଦେବା ପାଇଁ ବ୍ୟବସ୍ଥା ହୋଇଛି।