ଓଡିଶା

odisha

ETV Bharat / sports

ଆଜି ଗୌହାଟିରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-20 - ଗୌହାଟୀର ବାରସାପ୍ରା ଷ୍ଟାଡିୟମ

ଆଜି ଗୌହାଟିର ବାରସାପ୍ରା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି20 ମ୍ୟାଚ ଖେଳାଯିବ । 2020 ବର୍ଷର ପ୍ରଥମ ମ୍ୟାଚ ହୋଇଥିବାରୁ ବିଜୟନୋଟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

India vs Sri Lanka
ଭାରତ-ଶ୍ରୀଲଙ୍କା ପ୍ରଥମ ଟି-20

By

Published : Jan 5, 2020, 10:26 AM IST

ଗୌହାଟୀ: ଆଜି ଗୌହାଟିର ବାରସାପ୍ରା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି20 ମ୍ୟାଚ ଖେଳାଯିବ । 2020 ବର୍ଷର ପ୍ରଥମ ମ୍ୟାଚ ହୋଇଥିବାରୁ ବିଜୟନୋଟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।

ବାଂଲାଦେଶ ଓ ୱେଷ୍ଟଇଣ୍ଡିଜକୁ ମାତ ଦେଇ ଜବରଦସ୍ତ ଫର୍ମରେ ରହିଛି ଟିମ ଇଣ୍ଡିଆ । ଅନ୍ୟପଟେ ଭାରତ ବିପକ୍ଷରେ ଶ୍ରୀଲଙ୍କାର ରେକର୍ଡ ଏତେଟା ଭଲ ନାହିଁ ।
ତେବେ ଏହି ସିରିଜ ଉଭୟ ଟିମର ବହୁ କ୍ରିକେଟରଙ୍କ କମବ୍ୟାକ ସିରିଜ ହୋଇଛି । ଭାରତର ଭେଟେରାନ ସ୍ପିଡଷ୍ଟାର ଜଶପ୍ରୀତ ବୁମରା ଓ ଓପନର ଶିଖର ଧୱନ ଦଳକୁ ଫେରିଛନ୍ତି । ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସ ପ୍ରାୟ 1ବର୍ଷ ପରେ ଟି20 କ୍ରିକେଟକୁ ଫେରିଛନ୍ତି । ଫଳରେ ଏହି ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଲୋକେଶ ରାହୁଲଙ୍କ ସହ ଧୱନ ଭାରତର ଓପନିଂ ବିଭାଗ ସମ୍ଭାଳିବେ । ସେହିପରି ବୁମରାଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତର ବୋଲିଂ ବିଭାଗ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି ।

ଫଟୋ ସୌଜନ୍ୟ: twitter@BCCI

ଗୌହାଟିର ପିଚ ସ୍ପିନ ବୋଲିଂକୁ ସାମାନ୍ୟ ସୁହାଉଥିବାରୁ ଉଭୟ ଟିମ ଅତିରିକ୍ତ ସ୍ପିନରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇପାରନ୍ତି । ତେବେ ଭାରତୟ ବ୍ୟାଟିଂ ଲାଇନଅପ ଶକ୍ତିଶାଳୀ ରହିଥିବାବେଳେ, ଶ୍ରୀଲଙ୍କାର ଅଭିସ୍କା ଫର୍ଣ୍ଣାଣ୍ଡୋ, କୁସଲ ପରେରା, ଡିକୱାଲା ମଧ୍ୟ ବଡ ସଟ ଖେଳିବାରେ ମାହିର । ସେଥିପାଇଁ ଉଭୟ ଟିମ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ଆଶା କରାଯାଉଛି ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ମନିଷ ପାଣ୍ଡେ, ୱାସିଂଟନ ସୁନ୍ଦର, ସଞ୍ଜୁ ସାମସାନ ।

ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ, ଦାନୁସ ସନାକା, କୁସଲ ପରେରା, ନିରୋସନ ଡିକୱାଲା, ଧନଞ୍ଜୟ ଡି ସିଲଭା, ଇସୁରୁ ଉଦ୍ଦାନା, ଭାନୁକା ରାଜପାକ୍ସା, ଓସାଦା ଫର୍ଣ୍ଣାଣ୍ଡୋ, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାର, କୁସଲ ମେଣ୍ଡିସ, ଲକ୍ଷଣ ସନ୍ଦକାନ, କାସୁନ ରଜିଥା ।

ABOUT THE AUTHOR

...view details