ଓଡିଶା

odisha

ETV Bharat / sports

3ୟ ଟି-20: ହାରିଲା ଭାରତ, ସିରିଜ 1-1ରେ ବରାବର

3ୟ ତଥା ଅନ୍ତିମ ଟି-20କୁ 9 ୱିକେଟରେ ଜିତି ନେଲା ଅତିଥି ଦକ୍ଷିଣ ଆଫ୍ରିକା । ଏହି ବିଜୟ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ 1-1ରେ ବରାବର ରହିଲା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Sep 22, 2019, 11:14 PM IST

ବେଙ୍ଗାଲୁରୁ: ପୁଣି ଫେଲ ହେଲା ଭାରତୀୟ ଦଳର ଏକ୍ସପେରିମେଣ୍ଟ । ଚେଜିଂ ଗ୍ରାଉଣ୍ଡ ବୋଲି ଜାଣି ମଧ୍ୟ ଦଳକୁ ପରୀକ୍ଷା କରିବା ପାଇଁ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲେ କ୍ୟାପ୍ଟେନ କୋହଲି । ଆଉ ଫଳାଫଳ ଆସିଲା ପରାଜୟ । ମଧ୍ୟକ୍ରମରେ ଯୁବ ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍‌ ସୋ ଓ ଯୁବ ବୋଲରଙ୍କ ପ୍ରଭାବହୀନ ବୋଲିଂ ଦଳକୁ ଦେଲା ପରାଜୟ । ତେବେ 3ୟ ତଥା ଅନ୍ତିମ ଟି-20କୁ 9 ୱିକେଟରେ ଜିତି ନେଲା ଅତିଥି ଦକ୍ଷିଣ ଆଫ୍ରିକା ।

ଦଳ ପକ୍ଷରୁ ଅଧିନାୟକ କ୍ବଣ୍ଟିନ୍ ଡି କକ୍‌ ଓ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଦଳକୁ ଦେଲା ସହଜ ବିଜୟ । ଏହି ବିଜୟ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ 1-1ରେ ବରାବର ରହିଲା । ତେବେ ପ୍ଲେୟାର ଅଫ ଦ ମ୍ୟାଚ ବ୍ୟୁରାନ୍ ହେଣ୍ଡ୍ରିକ୍ସ ହୋଇଥିବା ବେଳେ ପ୍ଲେୟାର ଅଫ ଦ ସିରିଜ ଅଧିନାୟକ କ୍ବଣ୍ଟିନ୍‌ ଡି କକ୍‌ ହୋଇଛନ୍ତି ।

ତେବେ ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିଲା । 2ୟ ମ୍ୟାଚକୁ ଭାରତ 7ୱିକେଟରେ ଜିତିଥିବା ବେଳେ 3ୟ ମ୍ୟାଚକୁ 9 ୱିକେଟରେ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ 1-1ରେ ବରାବର କରିଛି ।

ଭାରତର ପ୍ରଥମ ନୈରାଶ୍ୟଜନକ ବ୍ୟାଟିଂ ଆଧାରରେ ଅତିଥି ଦଳ ଆଗରେ ଥିଲା ମାତ୍ର 135ରନର ବିଜୟ ଲକ୍ଷ୍ୟ । ଯାହାକୁ ମାତ୍ର ଗୋଟିଏ ୱିକେଟ ହରାଇ ଜିତି ନେଇଛି ଡି କକ୍‌ଙ୍କ ଯୁବ ଦଳ । ଦଳ ପାଇଁ ଅଧିନାୟକ ଡି କକ୍‌ ଅପରାଜିତ 79ରନ କରିଛନ୍ତି । ଏଥିରେ ସାମିଲ ଅଛି 5ଟି ଛକା ଓ 6ଟି ଚୌକା । ଏଥିସହିତ ରୀଜା ହେଣ୍ଡ୍ରିକ୍ସ(28) ଓ ତେମ୍ବା ବାଭୁମା ଅପରାଜିତ 17ରନ କରିଛନ୍ତି ।

ତେବେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 134ରନ କରିଥିଲା ବିରାଟଙ୍କ ଯୁବ ଦଳ । ବିରାଟ, ରୋହିତ ଦୁଇ ଅଙ୍କ ଛୁଇଁ ପାରି ନଥିବା ବେଳେ ପୁଣିଥରେ ଯୁବ ବ୍ୟାଟ୍ସମ୍ୟାନ ଋଷବ ପନ୍ତ ବି ଫେଲ ମାରିଥିଲେ । ସେହିପରି ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ 36 ରନ୍ କରିଛନ୍ତି ।

ABOUT THE AUTHOR

...view details