ହାଇଦ୍ରାବାଦ: ଭାରତ ବିପକ୍ଷ 3ୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା । ସ୍ପିନ-ଅଲରାଉଣ୍ଡର କେଶବ ମହାରାଜ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି ।
ଦକ୍ଷିଣ ଆଫ୍ରିକାକୁ ଝଟକା, ରାଞ୍ଚି ଟେଷ୍ଟରୁ ବାଦ ପଡିଲେ କେଶବ ମହାରାଜ - George Linde to replace
ଆହତ କାରଣରୁ ଭାରତ ବିପକ୍ଷ 3ୟ ଟେଷ୍ଟରୁ ବାଦ ପଡିଲେ ଦକ୍ଷିଣ ଆଫ୍ରିକା ସ୍ପିନ-ଅଲରାଉଣ୍ଡର କେଶବ ମହାରାଜ ।
![ଦକ୍ଷିଣ ଆଫ୍ରିକାକୁ ଝଟକା, ରାଞ୍ଚି ଟେଷ୍ଟରୁ ବାଦ ପଡିଲେ କେଶବ ମହାରାଜ](https://etvbharatimages.akamaized.net/etvbharat/prod-images/768-512-4743450-thumbnail-3x2-wc.jpeg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ମହାରାଜଙ୍କ ସ୍ଥାନରେ ଜର୍ଜ ଲିଣ୍ଡେଙ୍କୁ ଦକ୍ଷିଣ ଆଫ୍ରିକା ଚୁଡାନ୍ତ ଏକାଦଶରେ ସାମିଲ କରିଛି । ପୁଣେ ଟେଷ୍ଟର 2ୟ ଦିନରେ ଫିଲ୍ଡିଂ କରୁଥିବାବେଳେ, ମହାରାଜଙ୍କ କାନ୍ଧରେ ଆଘାତ ଲାଗିଥିଲା । ଏହାପରେ ମେଡିକାଲ ଟିମ ତାଙ୍କର ଏମଆରଆଇ କରିଥିଲା । ପରେ ସୁସ୍ଥ ହେବା ପାଇଁ ତାଙ୍କୁ 2ରୁ 3 ସପ୍ତାହ ସମୟ ଲାଗିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । 29 ବର୍ଷିୟ ମହାରାଜ 2ଟି ଟେଷ୍ଟରୁ 6 ୱିକେଟ ଅକ୍ତିଆର କରିଥିଲେ ।