ଓଡିଶା

odisha

ETV Bharat / sports

ନମାଜ ପଢୁଥିଲେ ନଦୀମ, ଆସିଲା ଟିମ ଇଣ୍ଡିଆରୁ ଡାକରା - ନମାଜ ପଢୁଥିଲେ ନଦୀମ

ଦକ୍ଷିଣ ଆପ୍ରିକା ବିପକ୍ଷ 3ୟ ଟେଷ୍ଟରେ ଟିମ ଇଣ୍ଡିଆ ଟେଷ୍ଟ ଦଳରେ ଡେବ୍ୟୁ କରିଥିବା ବାମହାତୀ ସାହାବାଜ ନଦୀମ ଜାତୀୟ ଦଳରୁ ଡାକରାକୁ ନେଇ ଖୁଲାସା କରିଛନ୍ତି ।

ଫଟୋ ସୌଜନ୍ୟ: twitter@BCCI

By

Published : Oct 21, 2019, 7:57 PM IST

ରାଞ୍ଚି: ସାହାବାଜ ନଦୀମ ଦକ୍ଷିଣ ଆପ୍ରିକା ବିପକ୍ଷ 3ୟ ଟେଷ୍ଟରେ ଟିମ ଇଣ୍ଡିଆ ଟେଷ୍ଟ ଦଳରେ ଡେବ୍ୟୁ କରିଛନ୍ତି । ଘରୋଇ କ୍ରିକେଟରେ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ପରେ ନଦୀମଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି ।

3ୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ନିଶ୍ଚିନ୍ତ ବିଜୟ ଆଡକୁ ମୁହାଁଇଛି । ତେବେ ଖେଳ ଶେଷ ପରେ ନଦୀମ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଜାତୀୟ ଦଳରୁ ଡାକରା ଆସିବା କଥା ସାମ୍ନାକୁ ଆଣିଛନ୍ତି । ନଦୀମ କହିଛନ୍ତି ଶୁକ୍ରବାର ଥିବାରୁ ସେ ନମାଜ ପାଠ କରୁଥିଲେ । ଟିମ ଇଣ୍ଡିଆ ପକ୍ଷରୁ ତାଙ୍କୁ ଫୋନ କରାଯାଇଥିଲା । ସେ ନମାଜ ପାଠ ସାରି ଦେଖିଲେ ଟିମ ଇଣ୍ଡିଆ ଟେଷ୍ଟ ଦଳ ପାଇଁ ତାଙ୍କୁ ଡାକରା ଆସିଛି । ଏତେ ଦିନ କ୍ରିକେଟ ଖେଳିସାରିବା ପରେ ଜାତୀୟ ଦଳରେ ସ୍ଥାନମିଳିବା ଖବର ପାଇବାପରେ ସ୍ବପ୍ନ ସତ ହୋଇଛି ଅନୁଭବ କରିଥଲେ ।

ନଦୀମଙ୍କୁ କ୍ୟାପଟେନ ବିରାଟ କୋହଲି ଭାରତୀୟ ଦଳର ଟେଷ୍ଟ କ୍ୟାପ ପ୍ରଦାନ କରିଥିଲେ । ରାଞ୍ଚିର ପିଚ ସ୍ପିନକୁ ଅନୁକୂଳ ଅନୁଭବ କରି ଭାରତ 3 ସ୍ପେଶାଲିଷ୍ଟ ସ୍ପିନର ସହ ପଡିଆକୁ ଓହ୍ଲାଇଥିଲା । ଦକ୍ଷିଣ ଆଫ୍ରିକାର ପ୍ରଥମ ଇଂନିସରେ ତେମ୍ବା ବାଭୁମାଙ୍କୁ ଆଉଟ କରି ପ୍ରଥମ ଆନ୍ତର୍ଜାତିକ ଟେଷ୍ଟ ୱିକେଟ ହାସଲ କରିଛନ୍ତି । ନଦୀମ ମୋଟ 11.2 ଓଭର ବୋଲି କରି 4 ମେଡେନ ସହ 2ଟି ୱିକେଟ ଅକ୍ତିଆର କରିଛନ୍ତି । 2ୟ ଇଂନିସରେ ଭାରତୀୟ ପେସର ଦମଦାର ବୋଲିଂ କରି ଅତିଥି ଦଳକୁ ପରାଜୟ ମୁହଁକୁ ଠେଲିଦେଇଛନ୍ତି । ସେଥିପାଇଁ ନଦୀମ ମାତ୍ର 5 ଓଭର ବୋଲିଂ ସୁଯୋଗ ପାଇଛନ୍ତି ।

ABOUT THE AUTHOR

...view details