ଓଡିଶା

odisha

ETV Bharat / sports

ରାଞ୍ଚି ଟେଷ୍ଟ: ଟସ ପାଇଁ ପଡିଆକୁ ଆସିଲେ ଦୁଇ ଅଧିନାୟକ, ଦେଖନ୍ତୁ ଭିଡିଓ

ପ୍ରଥମଥର ପାଇଁ ଟସ ପକାଇବାକୁ ପଡିଆକୁ କୌଣସି ଗୋଟିଏ ଦଳରୁ ଅଧିନାୟକ ଓ ଉପଅଧିନାୟକ ଆସିଛନ୍ତି। ଆଜି ଟସରେ ଫାପ୍‌ଙ୍କ ସ୍ଥାନରେ ଦଳ ଉପ ଅଧିନାୟକ ତେମ୍ବା ବାଭୁମା ଟସ ପାଇଁ କଲିଂ କରିଥିଲେ।

proxy captain

By

Published : Oct 19, 2019, 11:13 AM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି କ୍ୟାପ୍ଟେନ କୋହଲି । ତେବେ ଚମତ୍କାର ସଦୃଶ 3ଟି ଯାକ ଟେଷ୍ଟରେ ଟସ ଜିତିଚାଲିଛନ୍ତି କୋହଲି । ଅନ୍ୟପଟେ ଟସ ଜିତି ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ଚଲାଇଥିବା ପ୍ଲାନ କିନ୍ତୁ ଫେଲ ମାରିଛି ।

ତେବେ ପ୍ରଥମଥର ପାଇଁ ଟସ ପକାଇବାକୁ ପଡିଆକୁ କୌଣସି ଗୋଟିଏ ଦଳରୁ ଅଧିନାୟକ ଓ ଉପଅଧିନାୟକ ଆସିଛନ୍ତି । ଆଜି ଟସରେ ଫାପ୍‌ଙ୍କ ସ୍ଥାନରେ ଦଳ ଉପ ଅଧିନାୟକ ତେମ୍ବା ବାଭୁମା ଟସ ପାଇଁ କଲିଂ କରିଥିଲେ । ତେବେ ଏହି ଯୋଜନାର ସୂଚନା ଗତକାଲିଠରୁ ଫାପ ଦେଇସାରିଥିଲେ । ଫାଫ୍‌ କହିଥିଲେ ଯେ, "ଟସ ପାଇଁ ମୁଁ ଅନ୍ୟ କାହାକୁ ପଡିଆକୁ ଡାକିବା । କାରଣ ମୋତେ ଲାଗୁଛି ଟସ ମୋ ପାଇଁ ଲକି ହେଉ ନାହିଁ। "

ମାତ୍ର ଏହି ସବୁ ଅନ୍ଧବିଶ୍ବାସକୁ ଫେଲ କରିଛନ୍ତି କ୍ୟାପ୍ଟେନ କୋହଲି । ବାଭୁମା ଟସ ପାଇଁ କଲିଂ ପରେ ମଧ୍ୟ କୋହଲିଙ୍କ ହାତରେ ଲାଗିଛି ଟସ।

ABOUT THE AUTHOR

...view details